ଆଜିଠୁ ଆବେଦନ ହେବ ଯୁକ୍ତ ୨ ନାମଲେଖା
1 min readଭୁବନେଶ୍ୱର : ମ୍ୟାଟ୍ରିକର ଫଳ ପ୍ରକାଶ ପରେ,ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ୨(ପ୍ରଥମ ବର୍ଷ)ପାଇଁ ଜୁଲାଇ ୨୦ ମାନେ ଆଜିଠାରୁ ଆରମ୍ଭ ହୋଇଯାଉଛି ନାମଲେଖା ପାଇଁ ଆବେଦନ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ସୂଚନା ମୁତାବକ , ପିଲାମାନେ ଆଜି ଦିନ ୧୧ ଟାପରଠୁ ଅନଲାଇନ୍ ମୋଡରେ www.samsodisha.gov.in ୱେବସାଇଟ ମାଧ୍ୟମରେ ଅଗଷ୍ଟ ୧୦ ପର୍ଯ୍ୟାନ୍ତ ଆବେଦନ କରିପାରିବେ ।
ଅଗଷ୍ଟ ୧୭ ତାରିଖ ଦିନ ୩ ଟାରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ , ତେବେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଅଗଷ୍ଟ ୧୯ରୁ ୨୫ ମଧ୍ୟରେ ହେବ ।ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରି ଯଦି ଅନ୍ୟ କଲେଜରେ ଅପ୍ଟନ ଅନୁଯାୟୀ ଲେଖାଇବାକୁ ଚାହୁଁଥିବେ ସେମାନେ ୧୯ରୁ ୨୭ତାରିଖ ମଧ୍ୟରେ ସ୍ଲାଇଡ ଅପ୍ ଅନୁରୋଧ କରିପାରିବେ ।
ଏହାପରେ ସେପ୍ଟେମ୍ବର ୨ରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ ,ତେବେ ସେପ୍ଟେମ୍ବର ୫ରୁ ୭ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖାଇପାରିବେ ଛାତ୍ରଛାତ୍ରୀ । ସେପ୍ଟେମ୍ବର ୧୩ ରେ ପ୍ରକାଶ ପାଇବ ସ୍ପଟ ସିଲେକ୍ସନ ପାଇଁ ବଳକା ସିଟ୍ ତାଲିକା ,ତେବେ ଚୟନ ହୋଇଥିବା ଛାତ୍ରଛାତ୍ରୀ ମାନେ ସେପ୍ଟେମ୍ବର ୧୩ ଓ ୧୪ ତାରିଖରେ ନାମ ଲେଖା ପାଇଁ ପଞିକରଣ କରିପାରିବେ । ଏହାପରେ ସେପ୍ଟେମ୍ବର ୧୫ ପୂର୍ବାହ୍ନ ୧୧ ଟା ବେଳକୁ କଲେଜରେ ନାମ ପଞିକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୂଡାନ୍ତ ତାଲିକା ବା ଫାଇନଲ୍ ମେରିଟ ଲିଷ୍ଟ ପ୍ରକାଶ ପାଇବ । ତେବେ ୧୫ ଦିନ୧୨ ଟା ପରଠାରୁ ୧୬ ତାରିଖ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ସ୍ପଟ ସିଲେକ୍ସନ ଛାତ୍ରଛାତ୍ରୀ ନାମଲେଖାଇପାରିବେ ।