Pratidin TV

Odisha's Digital News Platform

ଆଜିଠୁ +୨ ନାମଲେଖା : ସକାଳ ୯ ରୁ ଅପରାହ୍ନ ୫ ଟା ଯାଏ ଚାଲିବ ଆଡମିଶନ …

1 min read

ଭୁବନେଶ୍ୱର : ଗୁରୁବାର ପ୍ରକାଶ ପାଇଲା ଯୁକ୍ତ ୨ କଟ୍‌ଅପ୍ । ଆଜିଠୁ ଆରମ୍ଭ +୨ ଆଡମିଶନ । ଖବର ଅନୁଯାୟୀ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ନାମଲେଖା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ୪ ଲକ୍ଷ ୭୨ ହଜାର ୨୭୯ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟୟରେ ୪ ଲକ୍ଷ ୧୨ହଜାର ୩୬୮ଜଣଙ୍କୁ ସିଟ୍ ଆଲଟ୍ମେଣ୍ଟ କରାଯାଇଛି ।

ତେବେ କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଛାତ୍ରଛାତ୍ରୀ ନାମଲେଖାବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩, ବାଣିଜ୍ୟରେ ୨୫ ହଜାର ୧୬୮ଜଣ, ଉପଶାସ୍ତ୍ରୀରେ ୭୭୭୯ ଓ ଧନ୍ଦାମୂଳକ ବିଭାଗରେ ୫୨୨୦ଜଣ ମନୋନୀତ ହୋଇଛନ୍ତି ।

Advertisement

ସେହିପରି ୨ ୟ ପର୍ଯ୍ୟାୟର ମେଧା ତାଲିକା / କଟ ଅଫ୍ ଜୁଲାଇ ୧୯ ରେ ପ୍ରକାଶ ପାଇବ । ଏହାର ନାମଲେଖା ଜୁଲାଇ ୨୨ ସୁଦ୍ଧା ଶେଷ କରାଯିବ । ତେବେ ଅନଲାଇନ୍ ଓ ସ୍ପଟ ନାମଲେଖା ପକ୍ରିୟା ଜୁଲାଇ ୨୧ ରୁ ୨୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ମେ ୨୯ରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରେ ଶେଷ ହୋଇଥିଲା । ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ । ଅଗଷ୍ଟ ୧ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *