Pratidin TV

Odisha's Digital News Platform

ପ୍ରକାଶ ପାଇଲା +୨ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ

1 min read

ଭୁବନେଶ୍ୱର : ଜୁଲାଇ ୨୭ ତାରିଖରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ବିଜ୍ଞାନରେ ପାସ୍ ହାର ୯୪ ପ୍ରତିଶତ ଥିବାବେଳେ ବାଣିଜ୍ୟରେ ଏହା ୮୯ ପ୍ରତିଶତ ରିହିଥିଲା ।


ତେବେ ଆଜି ଯୁକ୍ତ ୨ ର କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହିବର୍ଷ କଳାରେ ୮୨.୧୦ ପ୍ରତିଶତ ପିଲା ପାଶ୍ କରିଛନ୍ତି ।ଏଥର ମୋଟ୍ ୨ ଲକ୍ଷ ୮ ହଜାର ୬୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ୧ ଲକ୍ଷ ୭୧ ହଜାର ୨୮୮ ଜଣ ପାସ୍ କରିଛନ୍ତି ।
ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୨ ହଜାର ୭୩୪ ,ଦ୍ୱିତୀୟ ଶ୍ରେଣୀରେ ୪୧ ହଜାର ୧୯୩ ଏବଂ ତୃତୀୟ ଶ୍ରେଣୀରେ ୬୭ ହଜାର ୩୪୧ ଜଣ ପାସ୍ କରିଛନ୍ତି । ସେହିଭଳି ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୭୭ ଅଟେ । ଚଳିତ ବର୍ଷ ପ୍ରାୟ ୨୮ ଉଚ୍ଚ ମାଧ୍ୟମିକ ସ୍କୁଲର ଶତପ୍ରତିଶତ ପିଲା ପାସ୍ କରିଛନ୍ତି । ଏହାସହ କୌଣସି ଉଚ୍ଚ ମାଧ୍ୟମିକ ସ୍କୁଲର ଶୂନ୍ୟ ରେଜଲ୍ଟ ହୋଇନି ।ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସର୍ବାଧିକ ରହିଥିବାବେଳେ ,ନବରଙ୍ଗପୁରରେ ଏହା ସର୍ବନିମ୍ନ ରହିଛି ।

Advertisement


ସେହିଭଳି ଧନ୍ଦାମୂଳକ ପାସ୍ ହାର ୭୦.୩୫ ପ୍ରତିଶତ ରହିଛି ।ଛାତ୍ର ପାସ୍ ହାର ୬୬.୩୯% ଥିବାବେଳେ ,ଛାତ୍ରୀପାସ୍ ହାର ୭୪.୭୩ % ରହିଛି ।



Leave a Reply

Your email address will not be published. Required fields are marked *