Pratidin TV

Odisha's Digital News Platform

ସହିପାରିଲେନି ଅପମାନ , ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ର ; ଘରୋଇ କଲେଜ ବିରୋଧରେ ଥାନାରେ ଅଭିଯୋଗ କଲେ ପରିବାର ।

ଯାଜପୁର ; ସହିପାରିଲେନି ଅପମାନ , ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ର । ଘରୋଇ କଲେଜ ବିରୋଧରେ ଥାନାରେ ଅଭିଯୋଗ କଲେ ପରିବାର । କୁଆଖିଆ ଥାନା ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତ ଅଣ୍ଡେଇଘୋଡା ଗ୍ରାମର ଜଣେ+୨ ଛାତ୍ର ବିଷ ପିଇ ଜୀବନ ହାରିଥିବା ଜଣାପଡିଛି । ସେ ପଢ଼ୁଥିବା ଘରୋଇ କଲେଜ କର୍ତୃପକ୍ଷଙ୍କ ନିର୍ଯ୍ୟାତନା କାରଣରୁ ଏଭଳି ପଦକ୍ଷେପ ନେଇଥିବା ନେଇ ଛାତ୍ରଙ୍କ ବାପା ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ ଅଣ୍ଡେଇଘୋଡା ଗ୍ରାମର ବାଙ୍କ ବିହାରୀ ପଣ୍ଡା ଙ୍କ ପୁତ୍ର ଆଶିଷ ପଣ୍ଡା ଜାରକା ସ୍ଥିତ ଏକ ଘରୋଇ କଲେଜରେ +୨ ବିଜ୍ଞାନର ଦ୍ଵିତୀୟ ବର୍ଷ ଛାତ୍ର ଥିଲେ । ସେ ହଷ୍ଟେଲରେ ରହି ପଢ଼ୁ ଥିଲେ। ସେ ଚୋରି ଓ ମୋବାଇଲ ରଖୁଥିବା ନେଇ କଲେଜ ପକ୍ଷରୁ ପରିବାର ଲୋକଙ୍କୁ ଜଣା ଯିବାରୁ ପରିବାର ଲୋକେ ଦୁଇ ଦିନ ତଳେ ତାଙ୍କୁ ଘରକୁ ନେଇ ଆସିଥିଲେ। ସେ ସୋମବାର ଦିନ ରାତିରେ ଖାଇ ପିଇ ଶୋଇଥିଲେ । ପରେ ବିଷ ପିଇ ଦେଇଥିବା ଘର ଲୋକ ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ଅବସ୍ଥା ଗୁରୁତର ଥିବା ରୁ ଡାକ୍ତର ପ୍ରାଥମିକ ଚିକିତ୍ସକ୍ଷ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦେଇଥିଲେ।

ସେଠାରେ ଚିକିତ୍ସିତ ହେଉଥିବା ସମୟରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ କଲେଜରେ ସେ ଟଙ୍କା ଓ ମୋବାଇଲ ଚୋରି କରି ଥିବା ଅଭିଯୋଗ କରି ତାଙ୍କୁ ସମସ୍ତଙ୍କ ସାମ୍ନାରେ ଆଣ୍ଠେଇ ଦିଆଯାଇଥିଲା । ପରେ କଲେଜରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ଯାହା ଦ୍ୱାରା ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ । ସେ ଜଣେ ଭଲ ଛାତ୍ର ଥିଲେ । ଏଭଳି ଅପମାନକୁ ସହ୍ୟ କରିନପାରି ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି । କଲେଜର ସମ୍ପାଦକ ବିଭୁତି ରାଉତଙ୍କୁ ପଚାରିବାରୁ ସେ ପିଲା ଚଗଲା ହେଇଥିବାରୁ ତାକୁ ତାଗିଦ କରିବା ପାଇଁ ଆଣ୍ଠେଇ ଦେଇଥିବା କଥାକୁ ସ୍ୱୀକାର କରିଛନ୍ତି ଏବଂ ଆଶିଷ ଙ୍କୁ ତାଙ୍କ ପରିବାର ସହିତ ଘରକୁ ପଠାଇ ଦିଆ ଗଲା ପରେ କଣ ପାଇଁ ସେଠାରେ ସେ ଆତ୍ମହତ୍ୟା କଲେ ଓଲଟା ପ୍ରଶ୍ନ କରିବା ସହ ଏହାର ସଠିକ୍ ତଦନ୍ତ ଦାବି କରିଛନ୍ତି ।

ମୃତ ଛାତ୍ରଙ୍କ ମା

Leave a Reply

Your email address will not be published. Required fields are marked *