Pratidin TV

Odisha's Digital News Platform

ପ୍ରକାଶ ପାଇଲା +୨ ଫର୍ମ ଫିଲ-ଅଫ୍ ତାରିଖ , ଏହି ଦିନଠୁ ପରୀକ୍ଷାର୍ଥୀ କରିବେ ଆବେଦନ

1 min read

ଭୁବନେଶ୍ୱର : +୨ ଦ୍ୱିତୀୟ ବର୍ଷ ପରୀକ୍ଷା ପାଇଁ ନଭେମ୍ବର ୧୪ ତାରିଖରେ ଆରମ୍ଭ ହୋଇଯାଉଛି ଫର୍ମ ପୂରଣ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ସୂଚନା ଅନୁଯାୟୀ କଲେଜର ସାମ୍ସ ପୋର୍ଟାଲ ଜରିଆରେ କତ୍ତୃପକ୍ଷ ପିଲାଙ୍କ ଫର୍ମ ପୂରଣ କରିବେ । ଆବଶ୍ୟକୀୟ କାଗଜପତ୍ର ସହ ନିର୍ଭୁଲ ଭାବେ ପିଲାଙ୍କ ଫର୍ମ ପୂରଣ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ତେବେ ଆସନ୍ତା ୧୪ ରୁ ୧୯ ତାରିଖ ମଧ୍ୟରେ ସମସ୍ତ ରେଗୁଲାର ଓ ଏକ୍ସରେଗୁଲାର ପିଲା ଫର୍ମ ପୂରଣ କରିବେ । ଏହାର ଫି ଦାଖଲ ଛାତ୍ରଛାତ୍ରୀମାନେ ୨୧ ରୁ ୨୩ ତାରିଖ ମଧ୍ୟରେ କରିପାରିବେ । ଯଦି କୌଣସି ଛାତ୍ରଛାତ୍ରୀ ଏହି ତାରିଖ ସୁଦ୍ଧା ଫର୍ମ ପୂରଣ କରିନପାରିବେ ତେବେ ତେବେ ସେମାନେ ୨୪ ରୁ ୨୬ ଭିତରେ ୧୦୦ ଟଙ୍କା ଫାଇନ ଦେଇ ଫର୍ମ ପୂରଣ କରିପାରିବେ । ଏହାପରେ ଆଉ ଏକ ତାରିଖ ୨୮ ରୁ ୩୦ ମଧ୍ୟରେ ଛାତ୍ରଛାତ୍ରୀ ମାନେ ୪୫୦ ଟଙ୍କା ଫାଇନ ଦେଇ ମଧ୍ୟ ଫର୍ମ ପୂରଣ କରିପାରିବେ ।

Advertisement

ସେହିପରି ଡିସେମ୍ବର ୧ ରୁ ୩ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଫର୍ମପୂରଣ କରିବାର ଶେଷ ସୁଯୋଗ ଦିଆଯିବ । ଯେଉଁମାନେ ଏସବୁ ତାରିଖରେ କୌଣସି କାରଣ ବସତ ଫର୍ମ ପୂରଣ କରିପାରିନଥିବେ ସେମାନେ ୭୫୦ ଟଙ୍କା ଦେଇ ଫର୍ମ ପୂରଣ କରିପାରିବେ । ଏନେଇ ପରୀକ୍ଷା ନିୟନ୍ତ୍ରକଙ୍କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜ୍ ଅଧକ୍ଷ ମାନଙ୍କୁ ଚିଠି ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *