Pratidin TV

Odisha's Digital News Platform

ଆଜି ପ୍ରକାଶ ପାଇବ +୨ ପ୍ରଥମ ମେଧା ତାଲିକା : ଜୁଲାଇ ୭ ରୁ ନାମ ଲେଖାଇପାରିବେ ମେରିଟ୍ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ …

1 min read

ଭୁବନେଶ୍ୱର : ଯୁକ୍ତ ୨ ରେ ନାମଲେଖାଇବା ପାଇଁ ଆଜି ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଆଜି ପୂର୍ବାହ୍ନରେ ତାଲିକା ପ୍ରକାଶ ପାଇବା ପରେ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଜୁଲାଇ ୩ ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ ।

ସେହିପରି ୨ୟ ପର୍ଯ୍ୟାୟର ମେଧା ତାଲିକା ଜିଲାଇ ୧୯ ରେ ପ୍ରକାଶ ପାଇବ । ଏହାର ନାମଲେଖା ଜୁଲାଇ ୨୨ ସୁଦ୍ଧା ଶେଷ କରାଯିବ । ତେବେ ଅନଲାଇନ୍ ଓ ସ୍ପଟ ନାମଲେଖା ପକ୍ରିୟା ଜୁଲାଇ ୨୧ ରୁ ୨୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।

Advertisement

ମେ ୨୯ରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରେ ଶେଷ ହୋଇଥିଲା । ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ । ଅଗଷ୍ଟ ୧ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *