ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର : ବଢିଲା ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ତାରିଖ …
1 min readଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଯୁକ୍ତ ୨ରେ ନାମଲେଖା ପାଇଁ ଅନଲାଇନ୍ ଆବେଦନ ତାରିଖକୁ ବୃଦ୍ଧି କଲେ ରାଜ୍ୟ ସରକାର । ତେବେ ଯୁକ୍ତ ୨ ଆଡମିଶନ ପାଇଁ ଅନଲାଇନ ଆବେଦନର ଶେଷ ତାରିଖ ୨୦/୦୬/୨୩ ଥିବା ବେଳେ ଏହାକୁ ଘୁଞ୍ଚାଯାଇ ୨୬/୦୬/୨୩ ବୃଦ୍ଧି କରାଯାଇଛି । ଅଭିଭାବକ,ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷମାନଙ୍କ ଅନୁରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।
ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଜୁଲାଇ ୨ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସେହିଭଳି ପ୍ରଥମ ପର୍ଯ୍ୟାୟ ଆଡମିସନ୍ ଯଥାକ୍ରମେ ୦୩/୦୭/୨୦୨୩ରୁ ଆରମ୍ଭ ହୋଇ ୦୮/୦୭/୨୦୨୩ ମଧ୍ୟରେ ସଂପାଦନ କରାଯିବା ଦ୍ୱିତୀୟ ମେଧା ତାଲିକା ୧୬/୦୭/୨୦୨୩ ପ୍ରକାଶ କରାଯିବା ସହିତ ଏହାର ଆଡମିଶନ୍ ପ୍ରକ୍ରିୟା ୧୯/୦୭/୨୦୨୩ ସୁଦ୍ଧା ଶେଷ କରାଯିବା ସେହିପରି ଅନଲାଇନ୍ ସ୍ପଟ୍ ସିଲେକ୍ସନ ଆଡମିଶନ ପ୍ରକ୍ରିୟା ୧୭/୦୭/୨୦୨୩ରୁ ଆରମ୍ଭ କରାଯାଇ ୨୭/୦୭/୨୦୨୩ ସୁଦ୍ଧା ଶେଷ କରାଯିବା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ୨୯/୦୭/୨୦୨୩ରେ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ କରାଯିବା ଅଦ୍ୟାବଧି ସାମସ୍ ପୋର୍ଟାଲ ଜରିଆରେ ୪,୪୫,୮୮୭ ଜଣ ଆବେଦନକାରୀ ଯୁକ୍ତ ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତି ।