Pratidin TV

Odisha's Digital News Platform

ଆସନ୍ତାକାଲିଠୁ ଯୁକ୍ତ ୨ ଖାତାଦେଖା ; ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷା ଫଳ…

ଭୁବନେଶ୍ୱର : ଚଳିତ ବର୍ଷ ମେ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ବଡ ସୂଚନା । ଆସନ୍ତା କାଲିଠୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟୟର ଖାତାଦେଖା । ଏହା ୨୩ ତାରିଖ ପର୍ଯ୍ୟନ୍ତ ଦେଖାଚାଲିବ ।

ସେହିଭଳି ଦ୍ୱିତୀୟ ପର୍ଯ୍ୟୟର ଖାତାଦେଖା ମେ ୭ ତାରିଖ ସୁଦ୍ଧା ଶେଷ ହେବ । ଏଥର ୬୫ ଟି କେନ୍ଦ୍ରରେ ଅଫଲାଇନ୍ରେ ଖାତା ଦେଖାହେବା ସହ ୩୯ କେନ୍ଦ୍ରରେ ଅନ୍ଲାଇନ୍ରେ ଖାତା ଦେଖାଯିବ । ତେବେ ମେ ମାସ ସୁଦ୍ଧଅ ଟାବୁଲେସନ ପକ୍ରିୟା ଶେଷ କରି ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ତା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *