Pratidin TV

Odisha's Digital News Platform

ଚାଷୀ ପରିବାରର ପୁଅ ବନିଲା ଜିଲ୍ଲା ଟପ୍ପର , ଗୌରବ ଆଣିଲେ ରୁଦ୍ରନାରାୟଣ …

1 min read

ବାରିପଦା : ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷାରେ ପ୍ରିନ୍ସ କଲେଜ ବାରିପଦା ଓ ବାଲେଶ୍ଵରର ଛାତ୍ରଛାତ୍ରୀ ଶତପ୍ରତିଶତ ସଫଳତା ହାସଲ କରିଥିବା ବେଳେ ମୋଟ ୨୪୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲାବେଳେ ୩୧ ଜଣ ୫୦୦ ମାର୍କ ରୁ ଉର୍ଦ୍ଧ୍ବ ଏବଂ ୫୪ ଜଣ ୮୦% ରୁ ଅଧିକ ମାର୍କ ରଖିଛନ୍ତି । ସବୁଠାରୁ ଖୁସିର କଥା ହେଉଛି ବାରିପଦା ପ୍ରିନ୍ସ କଲେଜର ଛାତ୍ର ରୁଦ୍ରନାରାୟଣ ଭୋଇ ଯଦ୍ୟପି ମ୍ୟାଟ୍ରିକ ପରୀକ୍ଷାରେ ୯୦% ରଖିନଥିଲେ ତଥାପି +୨ ବିଜ୍ଞାନ ପ୍ରିନ୍ସ କଲେଜରେ ଅଧ୍ୟୟନ କରି ଚଳିତ ବର୍ଷ +୨ ବିଜ୍ଞାନ ଫଳାଫଳରେ ସର୍ବାଧିକ ୫୬୮ (୯୪.୭%) ମାର୍କ ରଖି ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଉତ୍ତର ଓଡ଼ିଶାର ଦ୍ବିତୀୟ ସ୍ଥାନ ତଥା ସମଗ୍ର ଓଡ଼ିଶାରେ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରି ଏହି କଲେଜକୁ ଐତିହାସିକ ସଫଳତା ଆଣି ଦେଇଛନ୍ତି ।

ଛାତ୍ର ରୁଦ୍ରନାରାୟଣ ଚାଷୀ ପରିବାର ଆସିଛନ୍ତି।ସେ ଏହି ସଫଳତାର ଶ୍ରେୟ ବାପା ମା ଙ୍କୁ ଦେବା କଲେଜ୍ ଅଧ୍ୟକ୍ଷଙ୍କୁ ବିଶେଷ ଭାବରେ ଦେଇଛନ୍ତି।ତାଙ୍କ କହିବା କଥା ମୁଁ ପ୍ରଥମେ ଭଲ ନମ୍ୱର୍ ରଖୁନଥିଲି ,ଏହି ଶିକ୍ଷା ଅନୁଷ୍ଠାନ ଆସିଲା ପରେ ମୋତେ ବହୁତ୍ ଉନ୍ନତ ମାନର ପାଠ ପଢା ସାଙ୍ଗକୁ ସମୟ ଅନୁସାରେ ସବୁକିଛି ସହଜରେ ମିଳି ପାରୁଥିଲି ।ତେଣୁ ମୁଁ ଆଜି ଏହି ସଫଳତା ପଛରେ ଅଧ୍ୟୟନ କରୁଥିବା ପ୍ରିନ୍ସ କଲେଜର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଦେବା ସହ ଆଗକୁ ମୁ ଶିକ୍ଷକ ହେବା ନେଇ ଆଶାବାଦି ଥିବା କହିଛନ୍ତି।

Advertisement

ଅନୁଷ୍ଠାନର ଅନ୍ୟ କୃତିତ୍ୱ ଛାତ୍ର ଛାତ୍ରୀଙ୍କ ମାନଙ୍କ ମଧ୍ୟରେ ପବିତ୍ରମଣୀ ମହାନ୍ତ (୫୪୦), ଶୁଭଶ୍ରୀ ଜେନା (୫୩୮), ବିକାଶ କୁମାର ପୃଷ୍ଟି (୫୩୬), ହରପ୍ରିୟା ଦେହୁରୀ (୫୩୪), ଶିବାନୀ ନାୟକ (୫୩୧), ରାଜୀବ ସୁବୁଦ୍ଧି (୫୩୦), ସୁଖମୟ ଗିରି (୫୩୦), ବାସୁଦେବ ମାରାଣ୍ଡି (୫୨୮), ହିତେଶ କୁମାର କର (୫୨୬), ମଧୁସ୍ମିତା ହେମ୍ବ୍ରମ (୫୨୨), ବିଶ୍ବନାଥ ସିଂ (୫୨୨), ଅମିତସ ମହାନ୍ତ (୫୨୨), ଭାଗ୍ୟରଞ୍ଜନ ଗାଣ (୫୨୧), ଆନନ୍ଦ ରାଉତ (୫୨୧) ଏହିଭଳି ୩୧ ଜଣ ଛାତ୍ରଛାତ୍ରୀ ୫୦୦ ରୁ ଉର୍ଦ୍ଧ୍ବ ମାର୍କ ରଖି ଏହି କଲେଜକୁ ଅପୂର୍ବ ସଫଳତା ଆଣି ଦେଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଯଦ୍ୟପି ମ୍ୟାଟ୍ରିକ ପରୀକ୍ଷା ଅଧିକାଂଶ ପିଲା ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଏଠାରେ ନାମ ଲେଖାଇଥିଲେ କିନ୍ତୁ ସେସବୁ ପିଲା ଏଠାରେ +୨ ବିଜ୍ଞାନ ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଥିବାବେଳେ କଲେଜର ନିର୍ଦ୍ଦେଶକ କାର୍ତ୍ତିକ ଚନ୍ଦ୍ର ସ୍ବାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଉଚ୍ଚମାନର ପାଠପଢ଼ା ଶୈଳୀ କୁ ଭୂୟସୀ ପ୍ରଶଂସା କରିଥିବାବେଳେ ଛାତ୍ରଛାତ୍ରୀମାନଙ୍କର ଉନ୍ନତ ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *