Pratidin TV

Odisha's Digital News Platform

ରାଜ୍ୟରେ ପୁଣି ଛାତ୍ରମୃତ୍ୟୁ : ଭଡାଘରୁ ମିଳିଲା ଯୁକ୍ତ ୩ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ବଲାଙ୍ଗୀର : ପୁଣି ରାଜ୍ୟରେ ଛାତ୍ର ମୃତ୍ୟୁ ଚାଞ୍ଚଲ୍ୟ । ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା । ଆଜି ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଶାନ୍ତିପଡାରେ । ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରଙ୍କର ମୃତ ଦେହକୁ ଆଜି ସକାଳୁ ଉଦ୍ଧାର କରିଛି ପୋଲିସ ।

ସୂଚନା ଅନୁଯାୟୀ ଛାତ୍ର ଜଣଙ୍କ ଯୁକ୍ତ ୩ ବାଣିଜ୍ୟ ବିଭାଗର ୨ୟ ବର୍ଷର ରମଣିକାନ୍ତ କ୍ଷେତୀ ଅଟନ୍ତି । ସୋନପୁର ଜିଲ୍ଲା ଉଲୁଣ୍ଡା ଗାଁର ରମଣୀକାନ୍ତଙ୍କ ଘର । ସେ ଶାନ୍ତିପଡାର ଏକ ଭଡାଘରେ ରହି ପାଠ ପଢୁଥିଲେ । ଗତକାଲି ବିଳମ୍ବିତ ରାତ୍ରିଯାଏ ରମଣିକାନ୍ତ ନିଜ ରୁମ୍ କବାଟ ଖୋଲି ନଥିବାରୁ ସାଙ୍ଗମାନେ ଡରିଯାଇ କବାଟ ବାଡେଇଥିଲେ । ଭିତରପଟୁ କିଛି ଉତ୍ତର ନଆସିବାରୁ ସାଙ୍ଗମାନେ ନିକଟସ୍ଥ ପୋଲିସ ଥାନାକୁ ସୂଚନା ଦେଇ ରୁମ୍ କବାଟକୁ ତାଡି ଦେଇଥିଲେ । ସାମ୍ନାରେ ରମଣୀକାନ୍ତଙ୍କ ମୃତଦେହ ରୋଷେଇଘର ରେଲିଂରେ ଝୁଲୁୁଥିବାର ଦେଖିବାକୁ ପାଇଥିଲେ । ଏ

ହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ରମଣୀକାନ୍ତଙ୍କ ପରିବାରକୁ ଖବର ଦେଇଥିଲେ । ପରିବାରଲୋକେ ସକାଳୁ ସକାଳୁ ଆସି ପହଞ୍ଚିବାପରେ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲେ । ଅନ୍ୟପଟେ ରମଣୀକାନ୍ତଙ୍କ ବାପା ମା , ପୁଅକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ରମଣୀକାନ୍ତ ରହୁଥିବା ଭଡାଘର ସହ ଆଖପାଖରେ ମଧ୍ୟ ପଚରା ଉଚରା ଚଲାଇଛି । ଶବ ବ୍ୟବିଚ୍ଛେଦ ପରେ ସମ୍ପୂର୍ଣ୍ଣ ଘଟଣାଟି ସାମ୍ନାକୁ ଆସିବ ବୋଲି କହିଛି ପୋଲିସ ।

ତେବେ କଣ ପାଇଁ କରୁଛି ଯୁବ ପିଢି ଆତ୍ମହତ୍ୟା । ନାଁ ସବୁ ଆତ୍ମହତ୍ୟା ପଛରେ ରହିଛି କିଛି ବଡ କାରଣ ? ପ୍ରଶାସନ ସବୁ ଦେଖି ମଧ୍ୟ କାହିଂକି ବସିଛନ୍ତି ଚୁପ୍ ।

Leave a Reply

Your email address will not be published. Required fields are marked *