Pratidin TV

Odisha's Digital News Platform

+୩ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ: ଅଗଷ୍ଟ ୧୧ରୁ କରିପାରିବେ ଆବେଦନ ।

ଭୁବନେଶ୍ୱର : ଜୁଲାଇ ୨୭ ରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଯାଇଥିବା ବେଳେ ଗତକାଲି କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ କରାଯାଇଥିଲା ।ଏହାପରେ ଯୁକ୍ତ ୩ ନାମଲେଖା ପାଇଁ ଆରମ୍ଭ ହୋଇଯାଇଛି ପକ୍ରିୟା । ତେବେ ଛାତ୍ରଛାତ୍ରୀ ମାନେ ଅଗଷ୍ଟ ୧୧ରୁ ୨୫ ଯାଏଁ +୩ ନାମଲେଖା ପାଇଁ ଆବେଦନ କରିପାରିବେ ।

ଏହାପରେ ଅଗଷ୍ଟ ୩୧ ତାରିଖରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ସପ୍ଟେମ୍ବର ୨ରୁ ୫ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ । ସେହିପରି ସେପ୍ଟେମ୍ବର ୧୧ ତାରିଖରେ ଦ୍ୱିତିୟ ପର‌୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧୨ରୁ ୧୪ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଶେଷରେ ୧୬ ତାରିଖରେ ଖାଲିଥିବା ସିଟ ତାଲିକା ପ୍ରକାଶ ପାଇବ ।

ପୂର୍ବରୁ ବିଜ୍ଞାନ, ବାଣିଜ୍ୟ ଫଳ ପ୍ରକାଶ ପାଇଥିବା ବେଳେ ଗତକାଲି କଳା ରେଜଲ୍ଟ ପ୍ରକାଶ ପାଇଛି । କଳାରେ ତେବେ ଚଳିତବର୍ଷ ଯୁକ୍ତ ଦୁଇ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ପାସହାର ସର୍ବାଧିକ ଥିବାବେଳେ, ନବରଙ୍ଗପୁରରେ ଯୁକ୍ତ ଦୁଇ କଳା ଛାତ୍ରଛାତ୍ରୀଙ୍କ ପାସହାର ସର୍ବନିମ୍ନ ରହିଛି ।

Leave a Reply

Your email address will not be published. Required fields are marked *