+୩ ଅନଲାଇନ୍ ଆଡମିଶନ ପାଇଁ ପ୍ରକାଶ ପାଇଲା ତାରିଖ , ଜାଣନ୍ତୁ କେବେ କରିବେ ଆବେଦନ ?
1 min readଭୁବନେଶ୍ୱର : ଯୁକ୍ତ ୩ ଅନଲାଇନ୍ ନାମଲେଖା ପାଇଁ ପ୍ରକାଶ ପାଇଲା ତାରିଖ । ଜୁନ୍ ୧୯ ରୁ ଛାତ୍ରଛାତ୍ରୀମାନେ ଅନଲାଇନ୍ରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଛି ଉଚ୍ଚଶିକ୍ଷା ବିଭାଗ ।
ତେବେ ଛାତ୍ରଛାତ୍ରୀମାନେ ଜୁନ୍ ୧୯ ତାରିଖରୁ- ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ । ଜୁନ୍ ୧୯ ଅପରାହ୍ଣ ୨ଟାରୁ ଜୁଲାଇ ୪ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନଲାଇନ୍ ଆଡମିଶନ ପାଇଁ ଆବେଦନ କରିପାରିବେ । ସେହିଭଳି ଛାତ୍ରଛାତ୍ରୀ ମାନେ ସାମ୍ସ ପୋର୍ଟାଲ www.samsodisha.gov.in କୁ ଯାଇ ଆବେଦନ କରିପାରିବେ। ଏଥିରେ କମନ୍ ଆପ୍ଲିକେସନ୍ ଫର୍ମ ବା CAF ଉପଲବ୍ଧ ହେବ।
ଜୁଲାଇ ୧୪ ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେହିଭଳି ଜୁଲାଇ ୨୭ ରେ ୨ୟ ପର୍ଯ୍ୟାୟ ମେଧା ତାଲିକା ଓ ଅଗଷ୍ଟ ୩ ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।