ଆସିଲା ଖୁସିଖବର : ପିଏମ ଆବାସ ଅନୁଦାନରେ ୧ ଲକ୍ଷ ୨୦ ହଜାର ବଦଳରେ ମିଳିବ ୧ ଲକ୍ଷ ୮୦ ହଜାର ..
1 min readଆସିଲା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ବୃଦ୍ଧି ହେଲା ପ୍ରଧାନମନ୍ତ୍ରୀ(ପିଏମ) ଆବାସ ଯୋଜନାର ଅନୁଦାନ ରାଶି । ପୂର୍ବରୁ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିଥିଲା ବର୍ତ୍ତମାନ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ। ଖୁବଶୀଘ୍ର ସମ୍ପୂର୍ଣ୍ଣ ଗାଇଡ଼ ଲାଇନ ଆସିବ । ନରେଗା କୁ ମିଶାଇଲେ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କା ମିଳିବ ।
ସେହିପରି ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆ ଯାଉଥିଲା ବର୍ତ୍ତମାନ ତାକୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତି ଆବାସ ଘରକୁ ମଡେଲ ଗୃହ ଭାବେ ନିର୍ମାଣ କରାଇବେ ରାଜ୍ୟ ସରକାର । ପାଣି, ଶୌଚାଳୟ, ବିଜୁଳି, ସବୁ ଆବାସ କୁ ମଡେଲ ଗୃହ ନିର୍ମାଣ କରହିବ ।