Pratidin TV

Odisha's Digital News Platform

ମହାନତା ଦେଖାଇଲେ ନରେନ୍ଦ୍ର ମୋଦୀ , ଦାନ କରିଦେଲେ ପୈତୃକ ଜମି ..

1 min read

ପୁଣି ଥରେ ମହାନତା ଦେଖାଇଛନ୍ତି ମୋଦୀ । ଜନହିତ ପାଇଁ ନିଜର ପୈତୃକ ଜମି ମଧ୍ୟ ଦାନ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ନାଦବ୍ରହ୍ମ କଳା କେନ୍ଦ୍ର ପ୍ରତିଷ୍ଠା ପାଇଁ ଗୁଜୁରାଟର ରାଜଧାନୀ ଗାନ୍ଧିନଗରରେ ଅବସ୍ଥିତ ତାଙ୍କ ପୈତୃକ ଜମିକୁ ଦାନ କରିଛନ୍ତି । ଭାରତର ସାଂସ୍କୃତିକ ଐତିହ୍ୟ ପ୍ରତି ତାଙ୍କର ସମ୍ମାନ ଏବଂ ପ୍ରତିବଦ୍ଧତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ଜମି ଦାନ କରିଛନ୍ତି ।

ଏହି ଜମି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସ୍ୱର୍ଗତ ବିଜେପି ନେତା ଅରୁଣ ଜେଟଲୀଙ୍କୁ ଦିଆଯାଇଥିଲା । ତେବେ ସଂଗୀତ ପରମ୍ପରାକୁ ପ୍ରୋତ୍ସାହିତ ତଥା ସଂରକ୍ଷଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଦାନ କରିଛନ୍ତି । ବର୍ତ୍ତମାନ ସେଠାରେ ନାଦବ୍ରହ୍ମା କଳା କେନ୍ଦ୍ର ପ୍ରତିଷ୍ଠା ହେବ । ଏହି ଜମି ମୂଳତଃ ସରକାରଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା ନେତା ଅରୁଣ ଜେଟଲୀଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ବର୍ତ୍ତମାନ ଏହାକୁ ମାନମନ୍ଦର ଫାଉଣ୍ଡେସନକୁ ହସ୍ତାନ୍ତର କରାଯାଇଛି ଯାହାକି ନାଦବ୍ରହ୍ମା ପ୍ରତିଷ୍ଠାନ ପ୍ରତିଷ୍ଠା ଦାୟିତ୍ୱ ତୁଲାଉଛି ।

Advertisement

Leave a Reply

Your email address will not be published. Required fields are marked *