Pratidin TV

Odisha's Digital News Platform

ସରପଞ୍ଚଙ୍କ ଦରମା ୧୦ ହଜାର କଲେ ମୁଖ୍ୟମନ୍ତ୍ରୀ, ବଢ଼ିଲା ଅନ୍ୟମାନଙ୍କ ଦରମା ଓ ଭତ୍ତା।

1 min read

ଭୁବନେଶ୍ୱର ; ସରପଞ୍ଚଙ୍କ ମନ ଜିଣିଲେ ରାଜ୍ୟ ସରକାର । ରାଜ୍ୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ବଢିଲା ଦରମା ଓ ଭର୍ତ୍ତା । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଣିକି ସରପଞ୍ଚ ପାଇବେ ୧୦ ହଜାର । ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ପାଇବେ ୧୫ ହଜାର ଟଙ୍କା ପାଇବେ ।

ସେହିପରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟ ପାଇବେ ୭୫୦୦ ଟଙ୍କା । ଏବଂ ଜିଲ୍ଲା ପରିଷଦ ସଭ୍ୟ ପାଇବେ ୩୦ ହଜାର ଟଙ୍କା ଏବଂ ଉପସଭାପତି ମାସିକ ୨୦ ହଜାର ଟଙ୍କା ପାଇବେ । ସେହିପରି ନାଏବ ସରପଞ୍ଚ ୯୪୦ ପାଉଥିଲେ, ଏବେ ପାଇବେ ୪ ହଜାର ଟଙ୍କା । ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରମାନଙ୍କ ଦୈନିକ ଭତ୍ତା ୪୮୦କୁ ବୃଦ୍ଧି ହୋଇଛି । ସେହିପରି ଗତ କିଛିଦିନ ତଳେ ଆଶାକର୍ମୀମାନଙ୍କର ଦରମା ବୃଦ୍ଧି କରିଥିଲେ ସରକାର । ମାସିକ ପାରିଶ୍ରମିକ ୪ ହଜାର ୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି ପାଇଛି ।

Advertisement

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ବେଶ୍ ଖୁସି ହୋଇପଡ଼ିଛି ରାଜ୍ୟ ସରପଞ୍ଚ ମହାସଂଘ ସଭାପତି । ଏନେଇ ସେ କହିଛନ୍ତି ରାଜ୍ୟ ସରପଞ୍ଚ ମହାସଂଘ ୧୫ ଦଫା ଦାବି ନେଇ ବହୁ ଦିନ ହେବ ଆନ୍ଦୋଳନ ଚଳାଇ ଆସିଥିଲା। ଏହାପରେ ଆଜି ମୁଖ୍ୟମନ୍ତ୍ରୀ ଆମ ପାରିତୋଷିକ ବଢ଼ାଇଛନ୍ତି। ଏଥିନିମନ୍ତେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ ।

ସୂଚନାଯୋଗ୍ୟ ଯେ ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବାବଦରେ ୭୯.୮୮ କୋଟି ଟଙ୍କା ଖର୍ଚ୍ଚ ହୋଉଥିଲା। ବର୍ଦ୍ଧିତ ରାଶି ଅନୁଯାୟୀ ଏବେ ୨୪୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଏଥିପାଇଁ ୧୬୨.୬୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ। ଏହା ବ୍ୟତିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପଦବୀରେ ଥିବା ସମୟରେ ବିୟୋଗ ଘଟିଲେ ଅନୁକମ୍ପମୂଳକ ସହାୟତା ରାଶି ବାବଦରେ ୨ ଲକ୍ଷ ଟଙ୍କା ମିଳିବ । ଏହା ସହିତ ଦୂର୍ଘଟଣାଜନିତ ପୂର୍ଣ୍ଣ ଅକ୍ଷମତା କ୍ଷେତ୍ରରେ (Irrecoverable Loss of both eyes, hands and feet) ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ। ସେହିପରି ଆଂଶିକ ଅକ୍ଷମତା କ୍ଷେତ୍ରରେ (Irrecoverable Loss of one eye, one hand or one leg) ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ।

Leave a Reply

Your email address will not be published. Required fields are marked *