Pratidin TV

Odisha's Digital News Platform

ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍: ଶୀଘ୍ର କରନ୍ତୁ ଆବେଦନ, ଆଉ ମାତ୍ର ରହିଲା ୬ ଦିନ

1 min read

ବେରୋଜଗାର ଯୁବବର୍ଗଙ୍କୁ ଚାକିରି ଯୋଗାଇବା ପାଇଁ ମୋଦୀ ସରକାର ଇଣ୍ଟରନସିପ୍ ସ୍କିମ୍ ଆଣିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ପ୍ରଧାନମନ୍ତ୍ରୀ ଇଣ୍ଟରନସିପ୍ ଯୋଜନା ଘୋଷଣା କରିଥିଲେ ଯେଉଁଥିରେ ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରାୟ ୧ କୋଟି ଯୁବକ ଉପକୃତ ହେବେ। ଏହି କାର୍ଯ୍ୟକ୍ରମରେ ଇଣ୍ଟର୍ନ ମାନଙ୍କୁ ମାସିକ ୫୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। ଏହା ସହିତ ସରକାର ଏକ ବର୍ଷ ପରେ ୬୦୦୦ ଟଙ୍କା ଅଲଗା ରାଶି ମଧ୍ୟ ପ୍ରଦାନ କରିବେ। ପିଏମ୍ ଇଣ୍ଟରନସିପ୍ ସ୍କିମ୍ ପାଇଁ ଅଫିସିଆଲ୍ ୱେବସାଇଟ୍ ଗୁରୁବାର ଦିନ ଠାରୁ ମୋଦୀ ସରକାର ଲାଇଭ୍ କରିଛନ୍ତି। ଆପଣ ଏହି ଯୋଜନା ପାଇଁ କେବେ ଆବେଦନ କରିପାରିବେ ଏଠାରେ ଜଣାନ୍ତୁ। ଇଣ୍ଟର୍ନସିପ୍ ପ୍ରୋଗ୍ରାମ ପାଇଁ ଯୋଗ୍ୟତା କ’ଣ ହେବା ଉଚିତ ଓ କେଉଁ ସୁବିଧା ଉପଲବ୍ଧ ହେବ ଜାଣନ୍ତୁ।

ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷରେ ଏକ କୋଟି ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବ l ଏଥିପାଇଁ ମନ୍ତ୍ରଣାଳୟ ଏକ ପୋର୍ଟାଲ ଲଞ୍ଚ କରିଛି। ପ୍ରାର୍ଥୀମାନେ ପିଏମ ଇଣ୍ଟର୍ନସିପ୍ ସ୍କିମ୍‌ର ଅଫିସିଆଲ୍ ୱେବସାଇଟ୍ pminternship.mca.gov.in ମାଧ୍ୟମରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Advertisement

କିପରି କରିବେ ଆବେଦନ

ଆବେଦନ ପାଇଁ ପ୍ରଥମ ଅଫିସିଆଲ୍ ୱେବସାଇଟ୍ pminternship.mca.gov.in କୁ ଯାଆନ୍ତୁ l ଏବେ ରେଜିଷ୍ଟର୍‌ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ l ଏହାପରେ ଏକ ନୂଆ ପେଜ୍ ଖୋଲିବ l ସେଠାରେ ପଞ୍ଜୀକରଣ ବିବରଣୀ ପୂରଣ କରୀ ସବମିଟ ବଟନ୍ ଉପରେ କ୍ଲିକ୍ କରନ୍ତୁ l ଏବେ ପ୍ରାର୍ଥୀମାନଙ୍କ ଦ୍ୱାରା ଦିଆଯାଇଥିବା ସୂଚନାକୁ ଆଧାର କରି ପୋର୍ଟାଲରେ
ବାୟୋଡାଟା ପ୍ରସ୍ତୁତ ହେବ l ଏହାପରେ ସ୍ଥାନ, କ୍ଷେତ୍ର, କାର୍ଯ୍ୟକ୍ଷମ ଭୂମିକା ଏବଂ ଯୋଗ୍ୟତା ଉପରେ ଆଧାର କରି ୫ ଟି ଇଣ୍ଟର୍ନସିପ୍ ସୁଯୋଗ ପାଇଁ ଆବେଦନ କରନ୍ତୁ। ହୋଇଗଲା ପରେ ସବମିଟ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ଆବେଦନ ପେଜ୍ ଡାଉନଲୋଡ୍ କରି ପରବର୍ତ୍ତୀ ଆବଶ୍ୟକତା ପାଇଁ ଏହାର ଏକ ହାର୍ଡ କପି ରଖନ୍ତୁ l

ପଞ୍ଜୀକରଣ କେବେ ଆରମ୍ଭ ହେବ?

PM ଇଣ୍ଟର୍ନସିପ୍ ସ୍କିମ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଅକ୍ଟୋବର ୧୨ ଅର୍ଥାତ ଆଜିଠାରୁ ଆରମ୍ଭ ହୋଇଛି । ଏହି ପ୍ରୋଜେକ୍ଟରେ ନାମ ଲେଖାଇବାକୁ ପ୍ରାର୍ଥୀମାନେ ୨୫ ଅକ୍ଟୋବର ପର୍ଯ୍ୟନ୍ତ ନିଜକୁ ପଞ୍ଜୀକୃତ କରିପାରିବେ । ଆବେଦନକାରୀଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ, ଯେଉଁଥିରେ ସେମାନଙ୍କୁ ସେମାନଙ୍କର ଆଗ୍ରହ ଏବଂ କୌଶଳ ବିଷୟରେ ସୂଚନା ଦେବାକୁ ପଡିବ । କେଉଁ ପ୍ରାର୍ଥୀ କେଉଁ କମ୍ପାନୀ ପାଇଁ ଉପଯୁକ୍ତ ତାହା ପୋର୍ଟାଲ ସ୍ଥିର କରିବ । ଏହା ସହିତ ସିଭି ମଧ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ ।

ବଜେଟରେ ହୋଇଥିଲା ଘୋଷଣା :-

ପ୍ରାର୍ଥୀମାନେ ସେମାନଙ୍କର ପ୍ରୋଫାଇଲ୍, ପସନ୍ଦ ଏବଂ ଯୋଗ୍ୟତା ଆଧାରରେ ମନୋନୀତ ହେବେ । ଏହି ଯୋଜନାରେ ଅଂଶଗ୍ରହଣ କରୁଥିବା କମ୍ପାନୀଗୁଡିକ ଏହି ମନୋନୀତ ତାଲିକାରୁ ସେମାନଙ୍କ ପ୍ରାର୍ଥୀ ଚୟନ କରିବେ । ସୂଚନାନୁସାରେ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଅଂଶଗ୍ରହଣକାରୀ କମ୍ପାନୀଗୁଡିକୁ ପ୍ରାର୍ଥୀଙ୍କ ଯୋଗ୍ୟତା ପାଇଁ ନିର୍ଦ୍ଦେଶାବଳୀ ପଠାଇଛି । ଜୁଲାଇରେ ଉପସ୍ଥାପିତ ବଜେଟରେ କେନ୍ଦ୍ର ସରକାର ଏକ କୋଟି ଯୁବକଙ୍କୁ ଇଣ୍ଟର୍ନସିପ୍ ଯୋଗାଇବା ପାଇଁ ଯୋଜନା ଘୋଷଣା କରିଥିଲେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଆଦାନୀ ଗ୍ରୁପ୍ ଏବଂ ମହିନ୍ଦ୍ରା ପରି କମ୍ପାନୀଗୁଡିକ ଏହି ଯୋଜନାରେ ଆଗ୍ରହ ଦେଖାଇଛନ୍ତି ।

ଏହି ଜିନିଷ ପ୍ରତି ବିଶେଷ ଧ୍ୟାନ :-

ଆବେଦନକାରୀ ଦଶମ ପାସ୍ କରିଥିବା ଆବଶ୍ୟକ, ବୟସ ୨୧ ରୁ ୨୪ ବର୍ଷ ହେବା ଉଚିତ୍ ଏବଂ ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ ଅଧିକ ହେବା ଉଚିତ୍ ନୁହେଁ । ଏହା ବ୍ୟତୀତ ଆବେଦନକାରୀଙ୍କୁ ଚାକିରି ସହିତ ଫୁଲ୍ ଟାଇମ୍ କୋର୍ସ କିମ୍ବା ଇଣ୍ଟର୍ନସିପ୍ କରିବାକୁ ଅନୁମତି ଦିଆଯିବ ନାହିଁ । ଆଇଆଇଟି, ଆଇଆଇଏମ ଓ ଆଇଆଇଏସଇଆର ପରି ପ୍ରତିଷ୍ଠିତ ଅନୁଷ୍ଠାନରୁ ସ୍ନାତକ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ ନାହିଁ । ଅନଲାଇନ୍ ପାଠ୍ୟକ୍ରମ କିମ୍ବା ଧନ୍ଦାମୂଳକ ତାଲିମ ଅନୁସରଣ କରୁଥିବା ଛାତ୍ରମାନେ ଏହି ଯୋଜନାରେ ଅଂଶଗ୍ରହଣ କରିପାରିବେ ।

ଏତିକି ମିଳିବ ଷ୍ଟାଇପେଣ୍ଡ :-
ପ୍ରତ୍ୟେକ ଇଣ୍ଟର୍ନଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ଷ୍ଟାଇପେଣ୍ଡ ପାଇବେ, ସେଥିମଧ୍ୟରୁ ୪,୫୦୦ ଟଙ୍କା ସରକାର ଏବଂ ୫୦୦ ଟଙ୍କା କମ୍ପାନୀ ପ୍ରଦାନ କରିବ । ଗୋଟିଏ ବର୍ଷ ପରେ ସରକାର ଅତିରିକ୍ତ ୬,୦୦୦ ଟଙ୍କା ମଧ୍ୟ ପ୍ରଦାନ କରିବେ ।

ଏଗୁଡ଼ିକ ହେଉଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ :-

ଆବେଦନ କରିବାକୁ ଆବଶ୍ୟକ ଡକ୍ୟୁମେଣ୍ଟଗୁଡ଼ିକରେ ଆଧାର କାର୍ଡ, ଇମେଲ ଆଇଡି, ମୋବାଇଲ୍ ନମ୍ବର, ଠିକଣା ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା ଏବଂ ପାନ୍ କାର୍ଡ ଅନ୍ତର୍ଭୁକ୍ତ । ଏହି ପଦକ୍ଷେପ ଏକ କୋଟି ଯୁବକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ, ଯାହା ସେମାନଙ୍କର ବୃତ୍ତିଗତ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

Leave a Reply

Your email address will not be published. Required fields are marked *