Pratidin TV

Odisha's Digital News Platform

ଦୁର୍ଗାପୂଜାରେ କୃଷକଙ୍କୁ ଭେଟିଦେଲେ ମୋଦୀ : ଚାଷୀଙ୍କ ଖାତାକୁ ଗଲା ପିଏମ୍‌‌ କିଷାନ ଟଙ୍କା…

1 min read

ଚାଷୀଙ୍କୁ ଖାତାକୁ ଗଲା ପିଏମ କିଷାନର ୧୮ ତମ କିସ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ମହାରାଷ୍ଟ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ବଟନ ଟିପି ଏକାସାଙ୍ଗରେ ପୂରା ଦେଶର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ତେବେ ପିଏମ୍ କିଷାନର ୧୮ ତମ କିସ୍ତିରେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରତ୍ୟେକ୍ଷ ଭାବେ ପଠାଯାଇଛି ।

ତେବେ ଏଥିପାଇଁ ମହାରାଷ୍ଟ୍ର ୱାସିମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ଯୋଗ ଦେଇ ସେହିଠାରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ । ୧୮ ତମ କିସ୍ତି ଜାରି ହେବା ପରେ ପିଏମ୍‌ କିଷାନ ଯୋଜନା ଅଧୀନରେ କୃଷକଙ୍କୁ ପ୍ରଦାନ କରାଯାଇଥିବା ମୋଟ୍ ପାଣ୍ଠି ପ୍ରାୟ ୩ ଲକ୍ଷ ୨୫ ହଜାର କୋଟି ଟଙ୍କା ହେବ ।

Advertisement

Leave a Reply

Your email address will not be published. Required fields are marked *