ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍, ଆସିଲା ମହିଳା ସଂରକ୍ଷଣ ବିଲ୍
1 min readନୂଆଦିଲ୍ଲୀ : ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ସେଥିରେ ଆଜି ବାଜିଛି ମୋହର । କାରଣ ଆସିଳା ଦେଶର ବହୁ ପ୍ରତିକ୍ଷିତ ମହିଳା ସଂରକ୍ଷଣ ବିଲ୍ । ସ୍ୱପ୍ନ ଏବେ ସତ ହେଲା । ଆଜି ନୂଆ ସଂସଦ ଭବନରେ ପ୍ରବେଶ ହେବା ପରେ ପ୍ରଥମ କାର୍ଯ୍ୟ ଦିବସର ପ୍ରଥମ ପସ୍ତାବ ଭାବେ ଆଗତ ହେଲା ଏହା । ପ୍ରଧାନମନ୍ତ୍ରୀ ଏନେଇ ପ୍ରଥମେ ସୂଚନା ଦେଇଛନ୍ତି । ମହିଳାଙ୍କୁ ଗଣତନ୍ତ୍ରର ନୂଆ ମନ୍ଦିରରେ ସର୍ବୋଚ୍ଚ ଭାଗିଦାରୀ ହୋଇଛନ୍ତି । ମହିଳା ସଂରକ୍ଷଣ ବିଲ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ବ୍ୟବସ୍ଥା ହୋଇଛି । ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ମହିଳା ସଂରକ୍ଷଣ ବିଲ୍ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ବିଲ୍ ସର୍ବସମ୍ମତ ଭାବେ ପାରିତ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଐତିହାସିକ ମହିଳା ସଂରକ୍ଷଣ ବିଲ୍କୁ ସମସ୍ତେ ସର୍ବସମ୍ମତ ପାରିତ କରାଯିବା ଆବଶ୍ୟକ । ମହିଳା ସଂରକ୍ଷଣ ଅଧିନିୟମ ଦ୍ୱାରା ନାରୀ ସଶକ୍ତୀକରଣ ବଢ଼ିବ । ମହିଳା ସଶକ୍ତୀକରଣ ଦିଗରେ ଆଜିର ଦିନ ଐତିହାସିକ ବୋଲି ସେ କହିଛନ୍ତି ।