ସବୁଜ ପତାକା ଦେଖାଇ ‘ଅମୃତ ଭାରତ’ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…
1 min readଆଜି ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତ୍ତରପ୍ରଦେଶ ସିଏମ ଯୋଗୀ ଆଦିତ୍ୟ ନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ରୋଡ ସୋ କରି ଅଯୋଧ୍ୟା ଧାମ ଜଙ୍କସନର ରେ ପହଞ୍ଚିଥିଲେ । ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତାର ଦୁଇ ପାଶ୍ୱରେ ଲୋକମାନେ ବେଶ ଉତ୍ସାହିତ ଥିଲେ । ପରେ ଅଯୋଧ୍ୟା ଧାମ ଜଙ୍କସନରେ ସେଠାରେ ପହଞ୍ଚି ମୋଦୀ ଦୁଇଟି ନୂତନ ଅମୃତ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପିଏମ ମୋଦୀ ପ୍ରାୟ ୮ଟି ଟ୍ରେନକୁ ଫ୍ଲାଗ ଦେଖାଇଥିଲେ । ସେ ମଧ୍ୟରୁ ୨ଟି ଅମୃତ ଭାରତ ଓ ୬ଟି ବନ୍ଦେ ଭାରତ ଟ୍ରେନ ରହିଥିଲା । ଏହି ସମୟରେ ତାଙ୍କ ସହିତ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ସମେତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ୟୁପି ରାଜ୍ୟପାଳ ଆନନ୍ଦ ବେନ ପଟେଲ ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମ ଅମୃତ ଭାରତ ଟ୍ରେନ୍ ହେଉଛି ଦରଭଙ୍ଗା-ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାସ୍ ଅମୃତ ଭାରତ ଏକ୍ସପ୍ରେସ । ଏବଂ ଦ୍ୱିତୀୟ ଟ୍ରେନ୍ ହେଉଛି ମାଲଦା ଟାଉନ୍-ସାର୍ ଏମ୍ ବିଶ୍ୱଭାରାୟ ଟର୍ମିନାସ୍ (ବେଙ୍ଗାଲୁରୁ) ଅମୃତ ଭାରତ ଏକ୍ସପ୍ରେସ୍ ।
ତେବେ କମ ବଜେଟରେ ବିଳାସପୂର୍ଣ୍ଣତା ସହିତ ଅମୃତ ଭରତ ଟ୍ରେନ୍ ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ ହେବ । ଅମୃତ ଭାରତ ଏକ୍ସପ୍ରେସରେ ୨୨ ଟି ଅଣ ଏସି କୋଚ୍ ଅଛନ୍ତି । ଏଥିରେ ୧୪ ଟି କୋଚ୍ ସ୍ଲିପର ଏବଂ ଆଠଟି କୋଚ୍ ଜେନେରାଲ ଅଟେ । ପ୍ରତ୍ୟେକ ସିଟ୍ ନିକଟରେ ଚାର୍ଜିଂ ସକେଟ୍ ଲଗାଯାଇଛି । ପୂର୍ବରୁ ସାଧାରଣ ଟ୍ରେନରେ କେବଳ ଦୁଇଟି ଚାର୍ଜିଂ ସକେଟ୍ ରହିଥିଲା, ବର୍ତ୍ତମାନ ପ୍ରତ୍ୟେକ ସିଟ୍ ନିକଟରେ ଗୋଟିଏ ଚାର୍ଜିଂ ସକେଟ୍ ସ୍ଥାପନ କରାଯାଇଛି । ପାନୀୟ ଜଳ ମେସିନ୍ ମଧ୍ୟ ଏକ ଅତ୍ୟାଧୁନିକ ଢଙ୍ଗରେ ପ୍ରସ୍ତୁତ କରାଯାଇଛି । ଯାହା ଦ୍ୱାରା ଆପଣ ନିଜ ହାତ ବ୍ୟବହାର ନକରି ତଳେ ଥିବା ପ୍ୟାଡଲ୍ ଦବାଇ ପାଣି ପିଇପାରିବେ ।