Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ-ବିଲ୍ ଗେଟ୍ସଙ୍କ ମଧ୍ୟରେ ଆଲୋଚନା , କହୁ କହୁ ଏମିତି କହିଲେ ମୋଦୀ …

1 min read

ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ମଧ୍ୟରେ ଅନେକ ପ୍ରସଙ୍ଗରେ ଚାଲିଥିଲା ଆଲୋଚନା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦିଙ୍କ ସହ ସାକ୍ଷାତ କରିଥିଲେ ବିଲ୍ ଗେଟ୍ସ । ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତା) ଠାରୁ ନେଇ ଡିଜିଟାଲ ପେମେଣ୍ଟ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହା ସହ ପ୍ରଧାନମନ୍ତ୍ରୀ ଥଟ୍ଟାରେ କହିଛନ୍ତି ‘ଭାରତର ପିଲାମାନେ ଏତେ ଆଡଭାନ୍ସ ଯେ , ସେମାନେ ସେମାନଙ୍କର ପ୍ରଥମ ଶବ୍ଦ ‘AI’ କହିବା ଆରମ୍ଭ କରିଛନ୍ତି । ‘ଭାରତରେ ଆମେ ଅଧିକାଂଶ ରାଜ୍ୟରେ ମାଆଙ୍କୁ ‘ଏଆଇ’ବୋଲି କହୁଛୁ ଏବଂ ବର୍ତ୍ତମାନ କେତେକ ଉନ୍ନତ ପିଲା ଏଆଇକୁ ସେମାନଙ୍କର ପ୍ରଥମ ଶବ୍ଦ ଭାବରେ ବ୍ୟବହାର କରୁଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ବଡ଼ ଧରଣର ବିପ୍ଲବ ଆସିଥିବା ବିଲ୍ ଗେଟ୍ସଙ୍କୁ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଇଣ୍ଡୋନେସିଆରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସାରା ବିଶ୍ୱର ପ୍ରତିନିଧିମାନେ ଦେଶରେ ଡିଜିଟାଲ ବିପ୍ଳବ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ମୁଁ ସେତେବେଳେ କହିଥିଲି ଯେ,ଆମେ ଟେକ୍ନୋଲୋଜିକୁ ବିମୁଦ୍ରୀକରଣ କରିଛୁ, ଯାହାଫଳରେ କାହାର ଏକଚାଟିଆ ନ ଥିବ । ଏହା ଲୋକମାନଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି, ସେ ୨ ଲକ୍ଷ ଆରୋଗ୍ୟ ମନ୍ଦିର ନିର୍ମାଣକରିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ଡାକ୍ତରଖାନାଗୁଡ଼ିକୁ ଟେକ୍ନୋଲୋଜି ସହିତ ଯୋଡ଼ିଛନ୍ତି । ୩ ଲକ୍ଷ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ମଧ୍ୟ ଆମର ଲକ୍ଷ୍ୟ ବୋଲି ସେ ବିଲ୍ ଗେଟ୍ସଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ବିଲ୍‌ଗେଟ୍ସ ଭାରତର ଡିଜିଟାଲ ପ୍ଲାଟଫର୍ମର ଯେପରି ବିକାଶ ହୋଇଛି ସେଥି ପାଇଁ ସରକାରଙ୍କୁ ପ୍ରଶଂସା କରିବା ସହ ଏହି ବିପ୍ଳବ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *