Pratidin TV

Odisha's Digital News Platform

ମହମ୍ମଦ ସାମୀଙ୍କ ଆଖିର ଲୁହକୁ ପୋଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଲେ ଯାଦୁ କି ଝପି..

1 min read

ହୃଦୟ ଭାଙ୍ଗିଗଲା ଏବଂ ନିରାଶ ହେଲା । ତଥାପି ପଛକୁ ବାଉନ୍ସ ହେବାକୁ ଆତ୍ମା କେବେ ବି ଲିଭିଯାଏ ନାହିଁ । ୧୯ ନଭେମ୍ବରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖୋଳଯାଇଥିଲା ଦିନିକିଆ ପୁରୁଷ ବିଶ୍ୱକପ ଫାଇନାଲ । ଭାରତୀୟ ଦଳକୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ଫଳରେ ଭାଙ୍ଗି ଯାଇଛି କୋଟି କୋଟି ଭାରତୀୟଙ୍କ ହୃଦୟ । ଚଳିତ ବିଶ୍ୱକପର ଟ୍ରଫି ଅଷ୍ଟ୍ରେଲିଆ ହାତେଇ ସାରିଛି । ଆଉ ଏହି ବିଜୟ ପରେ ଭାରତୀୟଙ୍କ ସହ ଖେଳାଳୀଙ୍କ ମନ ମଧ୍ୟ ଭାଙ୍ଗି ଯାଇଛି । ତେବେ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମ୍ୟାଚ ହାରିବା ପରେ ଭାଙ୍ଗି ପଡିଥିଲା ରୋହିତ ବାହିନୀ । ସେମାନଙ୍କ ଦୁଃଖରେ ଛିଡା ହେବା ସହ ସାକ୍ଷାତ କରବାକୁ ଡ୍ରେସିଂ ରୁମକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରସ୍କାର ବିତରଣ ପରେ ଭାରତୀୟ ଖେଳାଳିଙ୍କୁ ଭେଟି ଆଶ୍ୱାସନା ଦେଇଥିଲେ । ଯାହାକୁ ନେଇ ଭାରତୀୟ ବୋଲର ମହମ୍ମଦ ସାମୀ ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏକ ଫଟୋ ସେୟାର କରି ଧନ୍ୟବାଦ ଜଣାଇବା ସହ ବିଶ୍ୱକପରେ ହାରିବା ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ମହମ୍ମଦ ସାମି ଟୁଇଟ୍ କରି କହିଛନ୍ତି ଯେ, “ଦୁର୍ଭାଗ୍ୟବଶତ ,, ଗତକାଲି ଆମର ଦିନ ନଥିଲା । ଟୁର୍ଣ୍ଣାମେଣ୍ଟରେ ଆମ ଦଳ ଏବଂ ମୋତେ ସମର୍ଥନ କରିଥିବାରୁ ମୁଁ ସମସ୍ତ ଭାରତୀୟଙ୍କୁ ଧନ୍ୟବାଦ ଜଣାଉଛି । ଡ୍ରେସିଂ ରୁମକୁ ଆସି ଆମ ଆତ୍ମା ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ । ପଛକୁ ବାଉନ୍ସ ହେବ । ” ଫଟୋରେ ଆପଣମାନେ ଦେଖିପାରୁଥିବେ ସାମୀ ଦୁଃଖରେ ଭାଙ୍ଗି ପଡୁଥିବା ବେଳେ ମୋଦି ତାଙ୍କୁ କୁଣ୍ଢାଇ ଆଶ୍ୱାସନା ଦେଉଛନ୍ତି । କହିବାକୁ ଗଲେ ମୋଦି ସାମୀଙ୍କ ଯାଦୁ କି ଝପି ଦେଇଥିଲେ । ଯାହା ଫଳରେ ଆଗାମୀ ଦିନରେ ସେମାନେ ଭଲ ଖେଳିବେ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହୋଇଛି । ଯାହାକୁ ଦେଖି ୟୁଜର୍ସ ନିଜ ନିଜ ମତ ଦେବା ଆରମ୍ଭ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *