ବିଶ୍ୱର ସବୁଠାରୁ ବଡ ଡାଇମଣ୍ଡ ବୋର୍ସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଆମେରିକାର ପେଣ୍ଟାଗନ ରହିଗଲା ପଛରେ..
1 min readଗୁଜୁରାଟ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ ଡାଇମଣ୍ଡ ସିଟି ଗୁଜୁରାଟକୁ ଦୁଇଟି ବଡ ଉପହାର ଦେଇଛନ୍ତି । ପ୍ରଥମ ହେଉଛି ସୁରଟ ବିମାନ ବନ୍ଦରର ନୂତନ ଟର୍ମିନାଲ ବିଲଡିଂ ଏବଂ ଦ୍ୱିତୀୟ ହେୁଛି ବିଶ୍ୱର ସର୍ବବୃହତ୍ତ କାର୍ଯ୍ୟାଳୟ କମ୍ପଲେକ୍ସ । ଡିସେମ୍ବର୧୭ ଅର୍ଥାତ ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ କର କମଳରୁ ଉଦଘାଟନ ହେଲା ଦୁନିଆର ସବୁଠୁ ବଡ କର୍ପୋରେଟ କାର୍ଯ୍ୟାଳୟ ଭବ ‘ସୁରଟ ଡାଇମଣ୍ଡ ବୋର୍ସ । ଏହି ଡାଇମଣ୍ଡ ବୋର୍ସ ବିଶ୍ୱର ବୃହତ୍ତମ ହୀରା ବ୍ୟବସାୟର ପେଣ୍ଟସ୍ଥଳ ।
ଏହି ବଜାର ହୀରାଖଣ୍ଡ ଅନୁସନ୍ଧାନ ଏବଂ ବାଣିଜ୍ୟ ସହରର ଏକ ଅଂଶ ଅଟେ । ୬୭ ଲକ୍ଷ ବର୍ଗଫୁଟରୁ ଅଧିକ କ୍ଷେତ୍ର ତିଆରି ହୋଇଛି ଏହି କମ୍ପଲେକ୍ସ । ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ ଠାରୁ ଏହି ଅଫିସ ବହୁତ ବଡ ଅଟେ । ପାଖାପାଖି ୩,୫୦୦କୋଟି ଟଙ୍କା ବ୍ୟୟରେ ସୁରକ୍ଷା ଡାଇମଣ୍ଡ ବୋର୍ସ ହୀରା ବଜାର ନିର୍ମିତ ହୋଇଛି । ଏତିରେ ୪,୫୦୦ରୁ ଅଦିକ ହୀରା ବ୍ୟବସାୟୀ ଅଫିସ ରହିଛି । ୧୫ ମହଲା ବିଶିଷ୍ଟ ଏହି କୋଠାର ଡିଜାଇନ ଭାରତୀୟ ଆର୍କିଟେକ୍ଟ କମ୍ପାନୀ ମାର୍ଫୋଜେନେସିସ କରିଛି । ଏହି କୋଠାରେ ୧୩୧ଟି ଲିଫ୍ଟ ସହ କ୍ଲବ, କନଫରେନ୍ସ ହଲ, ହେଲଥ କ୍ଲବ, ରେସ୍ତୋରାଁ,ଇତ୍ୟାଦି ରହିଛି । ଏହାରେ ୬୭ ହଜାର ଲୋକ ଏକାଠି କାମ କରି ପାରିବେ । ବିଲ୍ଡିଂ ତିଆରି କରିବାକୁ ଲାଗିଥିଲା ୪ ବର୍ଷ ।