Pratidin TV

Odisha's Digital News Platform

ରୁଷିଆରେ ମୋଦି ଗାଇଲେ ବଲିଉଡ଼ ଗୀତ..

1 min read

ଏବେ  ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଅଛନ୍ତି।  ଆଜି ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ କଥା ଶୁଣିବା ପାଇଁ ସମାରୋହରେ ଅନେକ ଭାରତୀୟ ଉପସ୍ଥିତ ଥିଲେ। । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଏବଂ ରୁଷିଆର ବନ୍ଧୁତାକୁ ଦର୍ଶାଇ ରାଜ କପୁରଙ୍କ ଫିଲ୍ମର ଗୀତ ‘ସର୍‌ ପର ଲାଲ ଟୋପି ରୁଷି…ଫିର୍‌ ବି ଦିଲ୍‌ ହୈ ହିନ୍ଦୁସ୍ତାନୀ’ ଗୀତ ମଧ୍ୟ ଗାଇଥିଲେ।

ରୁଷିଆ ସହିତ ଭାରତର ସମ୍ପର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ରୁଷିଆ ଶବ୍ଦ ଶୁଣିବା ପରେ ପ୍ରତ୍ୟେକ ଭାରତୀୟଙ୍କ ମନକୁ ଆସୁଥିବା ପ୍ରଥମ ଶବ୍ଦସୁଖ ଏବଂ ଦୁଃଖରେ ଭାରତର ସାଥୀ, ଭାରତର ବିଶ୍ୱସ୍ତ ବନ୍ଧୁ। ଏହି ସମ୍ପର୍କ ପାରସ୍ପରିକ ବିଶ୍ୱାସ ଏବଂ ସମ୍ମାନର ଏକ ଦୃଢ ମୂଳଦୁଆ ଉପରେ ଗଠିତ। ମୋଦି ଆହୁରି ମଧ୍ୟ କହିଛନ୍ତି, ସର୍‌ ପର ଲାଲ ଟୋପି ରୁଷି…ଫିର୍‌ ବି ଦିଲ୍‌ ହୈ ହିନ୍ଦୁସ୍ତାନୀ… ଏହି ଗୀତ ପ୍ରତ୍ୟେକ ଘରେ ଗାନ କରାଯାଉଥିଲା। ଏହି ଗୀତଟି ପୁରୁଣା ହୋଇଥାଇପାରେ, କିନ୍ତୁ ଏହାର ଭାବନା ସବୁବେଳେ ସବୁଜ।

Advertisement

Leave a Reply

Your email address will not be published. Required fields are marked *