Pratidin TV

Odisha's Digital News Platform

ଲତା ଦିଦିଙ୍କୁ ମନେ ପକାଇଲେ ମୋଦି , ସେୟାର କଲେ ଏହି ଫଟୋ …

1 min read

ହଜି ଯାଇଛି କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କର ମିଠା ମିଠା ସୁର । ତଥାପି ଉଦାସ ହେଉ ବା ଉତ୍‌ଫୁଲ୍ଲିତ ମୁହୂର୍ତ୍ତ, ବେସୁରା କଣ୍ଠରୁ ଆଜି ବି ଗୁଣୁଗୁଣୁ ହୋଇ ଝରିଆସେ ଲତାଙ୍କ ତେରେ ବିନା ଜିନ୍ଦେଗୀ ସେ କୋଇ…କିମ୍ବା ଲଗଜା ଗଲେ..ପରି ଅନେକ ଲୋକପ୍ରିୟ ଗୀତ। ଆଜି ଅର୍ଥାତ ସେପ୍ଟେମ୍ବର ୨୮ ତାରିଖ ଲତାଜୀଙ୍କ 95 ତମ ଜନ୍ମଦିନ। ଆଜି ଜନ୍ମଦିନରେ ପୁଣି ଜୀବନ୍ତ ହୋଇ ଉଠିଛି ଲତାଙ୍କ ସ୍ମୃତି। ଲତାଜୀଙ୍କ ଜନ୍ମଦିନରେ  ଲତା ଦିଦିଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଭାରତୀୟ ସଙ୍ଗୀତ ଜଗତରେ ଦିଦିଙ୍କ ଅବଦାନ ସର୍ବାଗ୍ରେ  । ଏକ ନୂତନ ଅଧ୍ୟାର ଅୟରାମ୍ଭ ସେ ହିଁ କରିଥିଲେ  । ତାଙ୍କର ଯାଦୁଗରୀ ସ୍ୱର ଭାରତ ବାସୀଙ୍କୁ ବିମୋହୀତ କରୁଥିଲା  । ଆଉ ସେଥିପାଇଁ ତାଙ୍କ ସମ୍ମାନର ତାଲିକା ମଧ୍ୟ ବେଶ ଲମ୍ବା  ।   ଦାଦା ସାହେବ ଫାଲକେ, ପଦ୍ମ ଭୂଷଣ, ପଦ୍ମଭୂଷଣ ଓ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ମଧ୍ୟ ବିଭୂଷିତା ହୋଇଥିଲେ ଲତା ମଙ୍ଗେସକର  ।  କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି ସୁର ସାମାଜ୍ଞ୍ରୀ  । ଲତା ହିନ୍ଦି, ମରାଠୀ, ବଙ୍ଗଳା, ଓଡ଼ିଆ ସମେତ ଅନେକ ଭାଷାରେ ଗୀତ ଗାଇ କୋଟି କୋଟି ଦର୍ଶଙ୍କ ହୃଦୟ ମଣ୍ଡିତ କରିଛନ୍ତି ।

Advertisement

ଗରିବ ପରିବାରରେ ଜନ୍ମିତ ଲତା ମଙ୍ଗେସକର ଗୀତ ଗାଇ ପରିବାର ଚଳାଉଥିଲେ  । ଲତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିବା ବେଳେ  ପିତା ଦିନାନାଥ ମଙ୍ଗେସକରଙ୍କ ଦେହାନ୍ତ ହୋଇଥିଲା  ।   ୫ବର୍ଷ ବୟସରୁ ଲତା ଯେଉଁ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ସେ ଶେଷରେ ଆଖି ବୁଜିଲେ  । ଏହାପରେ ପରିବାରର ପ୍ରତିପୋଷଣର ବୋଝ ତାଙ୍କ ଉପରେ ପଡିଗଲା  । ଶେଷରେ ଗୀତ ଗାଇ ଗୁଜୁରାଣ ଚଳାଇବାର ରାସ୍ତାକୁ ବାଛିନେଲେ ଲତା ଦିଦି  ।  ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ ।  ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *