Pratidin TV

Odisha's Digital News Platform

ଦୁର୍ଘଟଣା ସ୍ଥଳ ବାହାନଗାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ , ସ୍ଥିତି ଅନୁଧ୍ୟାନ ପରେ ରୋଗୀଙ୍କୁ ଭେଟିବେ ….

1 min read

ଭୁବନେଶ୍ୱର : ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ବାଲେଶ୍ବର ଜିଲ୍ଲା ବାହାନଗା ରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି ।

ସୂଚାନ ଅନୁ୍‌ଯାୟୀ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ସ୍ବତନ୍ତ୍ର ବିମାନରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲା କଲାଇକୁଣ୍ଡା ଏୟାର ଫୋର୍ସ ଷ୍ଟେସନରେ ପହଞ୍ଚିଥିଲେ। ସେଠାରୁ ସେ ଏକ ବାୟୁସେନାର ହେଲିକପ୍ଟର ଯୋଗେ ବାଲେଶ୍ବର ଜିଲ୍ଲା ବାହାନଗାରେ ପହଞ୍ଚିଛନ୍ତି । ତେବେ ଖବର ମିଳିଛି ଯେ ପ୍ରଥମେ ମୋଦି ଟ୍ରେନ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଚିକିତ୍ସାଳୟ ଯାଇ ଆହତମାନଙ୍କୁ ଭେଟିବେ ।

Advertisement

ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ ଧକ୍କା ହୋଇ ଭୟଙ୍କର ଦୁର୍ଘଟଣା ଘଟାଇଥିଲା ଯାହା ସାରା ଭାରତକୁ ସ୍ପବ୍ଧ କରିଦେଇଛି । ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ସମେତ ସାରା ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଟ୍ରେନ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୬୧ରେ ପହଞ୍ଚି ଥିଲା ବେଳେ ଆହତଙ୍କ ସଂଖ୍ୟା ୯୦୦ ରହିଛି ।

Leave a Reply

Your email address will not be published. Required fields are marked *