ଯବାନଙ୍କ ପାଇଁ ହିମାଚଳ ପ୍ରଦେଶ ଗଲେ ମୋଦି ; ବର୍ଡର ଉପରେ ବାଣ୍ଟିଲେ ଖୁସି ପାଳିବେ ଦୀପାବଳିର…
1 min readନୂଆଦିଲ୍ଲୀ ; ହିମାଚଳ ପ୍ରଦେଶରେ ପହଞ୍ଚିଲେ ମୋଦି । ଯବାନଙ୍କ ସହ ମନାଇବେ ଦୀପାବଳି ବାଣ୍ଟିଲେ ଖୁସି । ସମସ୍ତ ପର୍ବପର୍ବାଣୀକୁ ତୁଛ କରି ନିଜ ପରିବାରଠାରୁ ଦୂରରେ ରହି ଦେଶବାସୀଙ୍କୁ ସୁରକ୍ଷା ଦେଉଥିବା ବୀର ଯବାନଙ୍କ ପାଖରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ –“ଆମର ସାହସୀ ଯୋଦ୍ଧାଙ୍କ ସହ ଦୀପାବଳି ମନାଇବାକୁ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଲି।”
ନିଜ ଜୀବନକୁ ପାଣୀ ଛଡାଇ ସେବା କର୍ମୀମାନେ ଆମକୁ ସବୁବେଳେ ସୁରକ୍ଷା ଦେଇଥାନ୍ତି । ତାଙ୍କ ପାଇଁ ହିଁ ଆଜି ଆମେ ମାନେ ଶାନ୍ତିରେ ନିଜ ନିଜ କାମ କରିଚାଲିଛେ, ଶୋଇପାରୁଛେ ସବୁ ପର୍ବପର୍ବାଣୀ ମନାଇପାରୁଛେ । ସେମାନଙ୍କର ଏଭଳି ବଳିଦାନ ଅତୁଳନୀୟ । ତେବେ ଶତ୍ରୁଦେଶ ଚୀନ୍ ସୀମା ନିକଟ ଲେପଚାରେ ଇଣ୍ଡୋ-ତିବ୍ଦତୀୟ ସୀମାବର୍ତ୍ତୀ ଅଞ୍ଚଳରେ ପୁଲିସ୍ ଏବଂ ଭାରତୀୟ ସେନା ମୁତୟନ ରହିଥାନ୍ତି।
ହିମାଚଳ ପ୍ରଦେଶ ଚୀନ୍ ସହିତ ୨୬୦ କିଲୋମିଟର ଲମ୍ବା ସୀମା ଶେଆର୍ କରିଛି। ଏଥିମଧ୍ୟରୁ ୧୪୦ କିଲୋମିଟର କିନ୍ନଉର ଜିଲ୍ଲାରେ ଥିବାବେଳେ ୮୦ କିଲୋମିଟର ଲହଉଲ ଏବଂ ସ୍ପିଟି ଜିଲ୍ଲାରେ ଅଛି। ଚୀନ୍ର ସୀମା ରକ୍ଷା ପାଇଁ ୨୦ଟି ପୋଷ୍ଟରେ ପାଞ୍ଚଟି ବାଟାଲିୟନ ଆଇଟିବିପି ନିୟୋଜିତ ହୋଇଛନ୍ତି। ସେ ସମସ୍ତଙ୍କ ସହ ଆଜି ମୋଦି କଥାହୋଇ ଦୀପାବଳି ବାର୍ତ୍ତା ଦେବା ସହ ଦୀପାବଳି ସେହିଠାରେ ହିଁ ପାଳନକରିବେ ବୋଲି ଜଣାପଡିଛି ।