ମୋଦି ହେଲେ ନାଇଜେରିଆ ଗ୍ରାଣ୍ଡ କମାଣ୍ଡର
1 min readବିଦେଶ ମାଟିରେ ପୁଣି ପ୍ରଶଂସା ସାଉଁଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ମିଳିଲା ବଡ ସମ୍ମାନଜନକ ପୁରସ୍କାର | ୩ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ତେବେ ରବିବାର ଦିନ ସେ ନାଇଜେରିଆର ପହଞ୍ଚିଥିଲେ | ଦୀର୍ଘ ୧୭ ବର୍ଷ ପରେ ଏହି ପଶ୍ଚିମ ରାଷ୍ଟ୍ର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ | ତେବେ ନାଇଜେରିଆର ରାଜଧାନୀ ଆବୁଜାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା | ନାଇଜେରିଆର ପରମ୍ପରିକ ବାଦ୍ୟରେ ମୋଦିଙ୍କୁ ସ୍ୱାଗତ କରାଯାଇଥିଲା | ମୋଦି ମୋଦି ନାରାରେ ପୁରା କମ୍ପଇଥିଲା ନାଇଜେରିଆ ଅଞ୍ଚଳ | ତେବେ ବର୍ତ୍ତମାନ 2 ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଛି ବଡ ସମ୍ମାନ |
ନାଇଜେରିଆର ସର୍ବୋଚ୍ଚ ସମ୍ମାନ ଦ ଗ୍ରେଟ ଅର୍ଡର ଅଫ ନାଇଜର ସମ୍ମାନରେ ସମ୍ମାନିତ କରାଯାଇଛି | ତେବେ ଏହି ସମ୍ମାନରେ ସମ୍ମାନିତ ହେବ ପରେ ମୋଦି ବେଶ ଖୁସି ହୋଇଯାଇଛନ୍ତି | ଏହାସହ ସେଠାକାର ଲୋକଙ୍କ ପ୍ରଶଂସା କରିବାର ଦେଖିବାକୁ ମିଳିଥିଲା |
ମୋଦିଙ୍କୁ ବିଦେଶରୁ ମିଳିଥିବା ଏହା ୧୭ ତମ ଅଂତରରାଷ୍ଟ୍ରୀୟ ପୁରସ୍କାର | ତାଙ୍କ ପୂର୍ବରୁ ଏହା ରାଣୀ ଏଲିଜାବେଥ ଏକମାତ୍ର ବିଦେଶୀ ଭାବେ ଏହି ସମ୍ମାନ ପାଇଥିଲେ | ଏଲିଜାବେଥଙ୍କ ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପାଇଁ ସାରିଛନ୍ତି | ତେବେ ଏହା ପୂର୍ବରୁ ମୋଦିଙ୍କୁ ଫ୍ରାନ୍ସ, ଜାପାନ, ଅଷ୍ଟ୍ରେଲିଆ ଭଳି ଦେଶ ମଧ୍ୟ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିସାରିଛି | ତେବେ ପ୍ରଧାନମନ୍ତ୍ରୀ ନାଇଜେରିଆ ଗସ୍ତରେ ରହିଛନ୍ତି | ସେ ସେଠାରେ ପହଞ୍ଚିବା ପରେ କହିଥିଲେ, ନାଇଜେରିଆ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ଯୋଗୁଁ ସେ ଏଠାକୁ ଆସିଛନ୍ତି |