Pratidin TV

Odisha's Digital News Platform

ବଜେଟ୍ ପରେ ଅର୍ଥମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ , କହିଲେ ଦେଶର ଭବିଷ୍ୟତକୁ ସୃଦୁଢ କରିବ ଏହି ବଜେଟ୍ ..

1 min read

ଉପସ୍ଥାପନ ହୋଇଛି ଚଳିତ ବର୍ଷର ବଜେଟ୍ । ୨୦୨୪ ନିର୍ବାଚନ ପୂର୍ବରୁ ଉପସ୍ଥାପିତ ହୋଇଛି କାମଚଳା ବଜେଟ୍ । ତେବେ ବଜେଟ୍ ଉପସ୍ଥାପନ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନରେନ୍ଦ୍ର ମୋଦୀ । ଏହି ବଜେଟ୍ ଦେଶର ଭବିଷ୍ୟତ ଗଠନର ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ବଜେଟ୍ ଅନ୍ତରୀଣ ନୁହେଁ ବରଂ ଅଭିନବ ଅଟେ ।

ସେ କହିଛନ୍ତି ଏହି ବଜେଟ୍ ବିକଶିତ ଭାରତର ଚାରୋଟି ସ୍ତମ୍ଭ ଯୁବଗୋଷ୍ଠୀ , ମହିଳା , ଗରିବ ଓ କୃଷକକୁ ସଶକ୍ତିକରଣ କରିବ । ଏହି ବଜେଟ୍ ୨୦୪୭ର ବିକଶିତ ଭାରତର ମୁଳଦୁଆକୁ ଦୃଢ କରିବାର ପ୍ରମାଣ ଦେଉଛି । ତା ସହିତ ଅର୍ଥମନ୍ତ୍ରୀ ଏବଂ ତାଙ୍କ ସମସ୍ତ ଟିମ୍ କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଏହି ବଜେଟ୍ ଯୁବ ଭାରତର ଆଶା ଆକାଂକ୍ଷାର ପ୍ରତିବିମ୍ବ । ଭିତ୍ତିିଭୂମିର ବିକାଶ ପାଇଁ ୧୧ଲକ୍ଷ ୧୧ ହଜାର ୧୧୧ କୋଟି ବ୍ୟବସ୍ଥା ହୋଇଛି । ଆଧୁନିକ ଭିତ୍ତିଭୂମି ଯୁବକ ମାନଙ୍କ ପାଇଁ ରୋଜଗାରର ସମ୍ଭାବନା ଆଣିବ । ଯାହା ଆଗାମୀ ଦିନରେ ଭାରତର ଅର୍ଥନୀତିକୁ ସୃଦୁଢ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *