Pratidin TV

Odisha's Digital News Platform

ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପ୍ରଧାନମନ୍ତ୍ରୀ, ସମୁଦ୍ରରେ କଲେ ସ୍କୁବା ଡ୍ରାଇଭିଂ..

1 min read

ନୂଆବର୍ଷରେ ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାକ୍ଷାଦ୍ୱୀପ ଗସ୍ତ ରେ ଯାଇଥିବା ବେଳେ ସେଠାରେ ସେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଖୁବ ଉପଭୋଗ କରୁଛନ୍ତି । ପ୍ରିଷ୍ଟିନ ବିଚରେ ସକାଳୁ ଭ୍ରମଣର ମଜା ନେଇଥିଲେ । ପ୍ରିଷ୍ଟିନ ବିଚରେ ବସିଥିବା ବେଳେ ସେଠାରେ ଉଠାଇଥିବା କିଛି ଫଟୋକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରଧାମନ୍ତ୍ରୀ । କେବେଳ ସେତିକି ନୁହେଁ ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ କରୁଥିବା ମଧ୍ୟ ନଜର ଆସିଛି । ପ୍ରଥମ ଥର ପାଇଁ ସମୁଦ୍ରରେ ସ୍କୁବା ଡ୍ରାଇଭିଂ କରିଛନ୍ତି ନରେନ୍ଦ୍ର ମୋଦି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ସେ କହିଛନ୍ତି ଯେ ଲାକ୍ଷାଦ୍ୱୀପର ଶାନ୍ତି ତାଙ୍କୁ ମନ୍ତ୍ରମୁଗ୍ଧ କରିଛି । ଜୀବନରେ ରୋମାଂଚ ଦରକାର ତ ଲାକ୍ଷାଦ୍ବୀପ ଆସନ୍ତୁ । ମୋଦି ଏହି ଗସ୍ତକୁ ଅବିସ୍ମରଣୀୟ ବୋଲି କହିବା ସହ ସ୍ଥାନୀୟ ଲୋକଙ୍କ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଲାକ୍ଷାଦ୍ୱୀପ ଗସ୍ତରେ ଯାଇ ୧୧ ଶହ ୪୦ କୋଟିର ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଜାନୁୟାରୀ 2 ଏବଂ 3 ରେ ଲକ୍ଷ୍ମୀଦ୍ୱୀପ ଠାରେ ପ୍ରଧାନମନ୍ତ୍ରୀ ମୋଦୀ କୋଚି-ଲକ୍ଷ୍ମଦ୍ୱୀପ ଦ୍ୱୀପପୁଞ୍ଜର ବୁଡ଼ାଜାହାଜ ଅପ୍ଟିକାଲ ଫାଇବର ସଂଯୋଗର ଉଦଘାଟନ କରିଥିଲେ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା ତଥା ପାଞ୍ଚଟି ମଡେଲ ଅଙ୍ଗନୱାଡି କେନ୍ଦ୍ରର ନବୀକରଣ ପାଇଁ ମୂଳଦୁଆ ପକାଇଲେ। ସେ ଦେଶ ପାଇଁ ଅନେକ ପ୍ରକଳ୍ପ ମଧ୍ୟ ଉତ୍ସର୍ଗ କରିଥିଲେ।

Leave a Reply

Your email address will not be published. Required fields are marked *