Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଉଦ୍‌ଘାଟନ ହେଲା ୟଶୋଭୂମି…


ନୂଆଦିଲ୍ଲୀ: ଇଣ୍ଡିଆ ଇଣ୍ଟର ନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର ବା ‘ୟଶୋଭୂମି’ ର ଉଦଘାଟିତ ହୋଇଯାଇଛି । ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ଜନ୍ମ ଦିବସରେ ନୂଆଦିଲ୍ଲୀର ଦ୍ୱାରକାଠାରେ ଏହାର ଉଦଘାଟନ କରିଛନ୍ତି । ଏହାର ଉଦଘାଟନ କରିବା ପରେ ସମ୍ମିଳନୀ କେନ୍ଦ୍ରରେ ‘ଭାରତ ମାତା କି ଜୟ’ ଜପ କରାଯାଇଥିଲା ।ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ମୋଦି । ଦ୍ୱାରିକାଠାରେ ‘ୟଶୋଭୂମି’ କାର୍ଯ୍ୟକ୍ଷମ ହେବା ପରେ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମି ସ୍ଥାପନ ହୋଇପାରିବ ବୋଲି ଆଶା କରାଯାଉଛି । ୭୩ ହଜାର ଅଧିକ ବିସ୍ତୃତ ଅଞ୍ଚଳରେ ନିର୍ମିତ ୟଶୋଭୁମି କେନ୍ଦ୍ର , ମୁଖ୍ୟ ଅଡିଟୋରିୟମ୍ ସହିତ ୧୫ ଟି ସମ୍ମିଳନୀ କକ୍ଷକୁ ନେଇ ଗଠିତ ହୋଇଛି । ଏଥିରେ ଏକ ଗ୍ରାଣ୍ଡ ବଲରୁମ ଏବଂ ୧୩ ଟି ମିଟିଂ ରୁମ ଅଛି ଯେଉଁଥିରେ ସମୁଦାୟ ୧୧,୦୦୦ ପ୍ରତିନିଧୀ ରହିପାରିବେ । ପାଖାପାଖି ୫ ହଜାର ୪ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଯଶୋଭୂମି’ରେ ଏକ ଭବ୍ୟ କନଭେନସନ୍ ସେଣ୍ଟର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ ରହିଛି ।
ଅନ୍ୟପଟେ ୟଶୋଭୁମି ଉଦ୍ଘାଟନ ଏବଂ ଦିଲ୍ଲୀ ମେଟ୍ରୋ ବିମାନବନ୍ଦର ଲାଇନର ସମ୍ପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରଙ୍କ ଉଚ୍ଚାଭିଳାଷୀ ଯୋଜନା “ପିଏମ ବିଶ୍ୱକର୍ମା” ଆରମ୍ଭ କରିଥିଲେ, ଯାହା ଏହି ଅବସରରେ ପାରମ୍ପାରିକ କୈା ଶଳ ସହ ଜଡିତ କାରିଗର ତଥା ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ଥିଲା ।

Leave a Reply

Your email address will not be published. Required fields are marked *