Pratidin TV

Odisha's Digital News Platform

ବଢୁଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା,ମର୍ଣ୍ଣିଂ କନସଲ୍ଟ’ ସର୍ଭେରେ ମିଳିଲା ୭୬ ପ୍ରତିଶତ ରେଟିଂ…

ବଢୁଛି ଦେଶର ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା । ଏକ ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୬% ଅନୁମୋଦନ ସହ ବିଶ୍ୱ ନେତାଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି । ଆମେରିକାର ଭିତ୍ତିକ ପରାମର୍ଶଦାତା ସଂସ୍ଥାର ‘ଗ୍ଲୋବାଲ ଲିଡର ଅନୁମୋଦନ ମୂଲ୍ୟାୟନ ଟ୍ରାକର’ ଅନୁଯାୟୀ ଭାରତର ୭୬% ଲୋକ ପିଏମ ମୋଦୀଙ୍କ ନେତୃତ୍ୱକୁ ଅନୁମୋଦନ କରିଥିବାବେଳେ ୧୮% ଲୋକ ଏହାକୁ ନାପସନ୍ଦ କରିଛନ୍ତି ଏବଂ ୬% ଲୋକ କୈାଣସି ମତ ଦେଇ ନାହାଁନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେସ ମାନୁଏଲ ଲୋପେଜ ଓବ୍ରାଡର୍ । ସେ ୬୬ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଦୁନିଆର ଦ୍ୱିତୀୟ ଲୋକପ୍ରିୟ ନେତା ହୋଇଛନ୍ତି । ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲଭା ୪୯ ପ୍ରତିଶତ ରେଟିଂ ପାଇଛନ୍ତି । ଅଷ୍ଟ୍ରେଲିଆର ଆନ୍ଥୋନି ଅଲବାନିଜ୍ ତାଲିକାର ପଂଚମ ସ୍ଥାନରେ ରହିଛନ୍ତି । ଏହାପରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କର ୩୭ ପ୍ରତିଶତ ଅନୁମୋଦନ ମୂଲ୍ୟାୟନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ୩୧ ପ୍ରତିଶତ, ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ମୂଲ୍ୟାୟନ ୨୫ ପ୍ରତିଶତ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମାତ୍ର ୨୪ ପ୍ରତିଶତ ରହିଛି । ବିଶ୍ୱର ୨୨ ଜଣ ନେତାଙ୍କ ଉପରେ କରାଯାଇଥିବା ସର୍ଭେକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ତେବେ ପୂର୍ବ ସର୍ଭେରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ମାନ୍ୟତାରେ ଶୀର୍ଷରେ ରହିଥିଲେ । ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡର ହିନ୍ଦୀ ହୃଦୟ ରାଜ୍ୟରେ ତିନିଟି ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ପରାଜିତ ହେବା ପରେ ଏହି ମୂଲ୍ୟାୟନ ଆସିଛି ।୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ଦଳ ପାଇଁ ଏହା ଏକ ବଡ଼ ଉତ୍ସାହ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *