Pratidin TV

Odisha's Digital News Platform

ଆଜି ବ୍ରହ୍ମପୁର ଓ ନବରଙ୍ଗପୁର କମ୍ପିବ ପ୍ରଚାର ମଇଦାନ, ଓଡ଼ିଶାରେ ମୋଦି 

1 min read

ଆଜି ଓଡ଼ିଶାରେ ଦେଖିବାକୁ ମିଳିବ ହେଭିୱେଟ ନେତାଙ୍କ ହାଇଭୋଲଟେଜ ପ୍ରଚାର | ଗୋଟେ ପଟେ ନରେନ୍ଦ୍ର ମୋଦି ଥିବା ବେଳେ ଅନ୍ୟପଟେ ଅଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ତେବେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ଦକ୍ଷିଣ ଓଡ଼ିଶାରେ ରହିଛି ପାୱାର ଶୋ | ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି | ଯେଉଁଥିରେ ଦଳୀୟ ବିଜେପି କର୍ମୀମାନେ ଯୋଗଦେବେ | ଦଳୀୟ ପାର୍ଥୀଙ୍କ ପାଇଁ ସେଠାରେ କରାଯିବ ପ୍ରଚାର |

ତେବେ ପ୍ରଥମେ ବ୍ରହ୍ମପୁର ଯାଇ କନିସି ଛକରେ ଜନସଭା ସହ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି | ଏହାପରେ ନବରଂଗପୁର ଚିକିଲି ଗ୍ରାମ ପଡିଆରେ ମୋଦି ଜନସଭା କରିବାର ମଧ୍ୟ ରହିଛି କାର୍ଯ୍ୟକ୍ରମ | ଏହି ସମସ୍ତ କାର୍ଯ୍ୟକ୍ରମକୁ ନେଇ ମୋଦିଙ୍କ କଡା ସୁରକ୍ଷା ମଧ୍ୟ ଗ୍ରହଣ କରାଯାଇଛି | ତେବେ ମୋଦିଙ୍କ ଗସ୍ତ ନେଇ ବିଜେପି ସମାବେଶ ଚଳଚଞ୍ଚଳ ହୋଇଉଠିଛି | ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ କଳାହାଣ୍ଡିରେ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି | କାରଣ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି | ନବୀନ ପଟ୍ଟନାୟକ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ଏବଂ କଳାହାଣ୍ଡି ଲୋକସଭା ନିର୍ବାଚନୀ ମଣ୍ଡଳୀର ପାର୍ଥିଙ୍କ ପାଇଁ କରିବେ ପ୍ରଚାର | ଖରିଆର ଭବାନୀପାଟଣାରେ ୨ଟି ଜନସଭା କରିବାର କାର୍ଯ୍ୟକ୍ରମ ରହିଛି | ଭବାନୀପାଟଣାର ଶ୍ରୀକ୍ରୀଷ୍ଣା ନଗର ପଡିଆରେ ଜନସଭା ସଂମ୍ବଧନା କରିବେ |

Advertisement

Leave a Reply

Your email address will not be published. Required fields are marked *