Pratidin TV

Odisha's Digital News Platform

ଭାରତ ପାଳିବ କାଲି ଦିନିକିଆ ରାଷ୍ଟ୍ରୀୟ ଶୋକ

1 min read

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞୋ ଆବେଙ୍କ ଅକାଳରେ ପରଲୋକ ହୋଇଛି । ପଶ୍ଚିମ ଜାପାନର ନାରା ସହରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନା କରିବା ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ପଛପଟୁ ୨ ଟି ଗୁଳି ମାରିଥିଲା ,ଗୁଳିଟି ସିଧାସଳଖ ତାଙ୍କ ବାମପଟ ଛାତିରେ ବାଜିବାକ୍ଷଣୀ ସେହିଠାରେ ଟଳି ପଡିଥିଲେ ସିଞୋ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିସ୍‌ôାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ବଡ ଦୁଃଖର କଥା ଯେ ସେହି ଚିକିତ୍ସାଳୟରେହିଁ ତାଙ୍କ ଶେଷ ନିଶ୍ୱାସ ଛାଡିଥିଲେ ସିଞୋ । ଜାପାନ ଗଣ ମାଧ୍ୟମ ସୂଚନା ମୁତାବକ ସିଞୋଙ୍କ ସୁରକ୍ଷା କର୍ମୀ ଗୁଳିକରିଥିବା ୪୧ ବର୍ଷିୟ ବ୍ୟକ୍ତିକୁ ପରେ କାବୁକରିନେଇଥିଲେ । ଏହି ଦୁଃଖଦ ଖବର ପାଇ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଟ୍ୱିଟ୍ ମାଧ୍ୟମରେ ସିଞୋଙ୍କ ପରିବାରକୁ ସହାନଭୂତି ଦେବା ସହ କାଲି ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *