Pratidin TV

Odisha's Digital News Platform

ଚିତ୍ରଶିଳ୍ପୀ ପ୍ରିୟଙ୍କାଙ୍କ ଅନନ୍ୟ କଳାକୃତି , ପେସ୍ତାବାଦରେ ଆଙ୍କିଲେ ‘ମୋଦି’

1 min read

ଭୁବନେଶ୍ୱର : ଆଜି ବିଶ୍ୱର ନିର୍ମାଣ କର୍ତ୍ତା ବିଶ୍ୱ କର୍ମାଙ୍କ ପୂଜା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୨ ତମ ଜନ୍ମ ଦିବସ । ବିଶ୍ୱ କର୍ମାଙ୍କ ଭଳି ମୋଦୀ ଏକ ନୂତନ ଭାରତର ନିର୍ମାଣ କରିଥିବାରୁ ତାଙ୍କୁ ଭାରତର ବିଶ୍ୱକର୍ମା କୁହାଯାଏ ।

ତେବେ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ତାଙ୍କୁ ସମ୍ମାନ ଜଣାଇ ଜଣାଶୁଣା ସୂକ୍ଷ୍ମ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ୭ଟି ପିସ୍ତା ବାଦାମରେ (almonds) ପ୍ରଧାନମନ୍ତ୍ରୀଙ୍କର ଜନ୍ମରୁ ଏହି ପର୍ଯ୍ୟାନ୍ତ ଯାତ୍ରାର କିଛି ଝଲକ ଦେଖାଇଛନ୍ତି । ୭ଟି ବାଦାମରେ ମୋଦିଜୀଙ୍କର ୭ଟି ପ୍ରତିକୃତି ଆଙ୍କିଛନ୍ତି । ଯାହାକି ବେଶ ଆକର୍ଷିତ ହୋଇଛି । ମୋଦିଜୀ ଜଣେ ବିଚକ୍ଷଣ ଏବଂ ପ୍ରଖର ବୁଦ୍ଧି ଥିବା ବ୍ୟକ୍ତି ହୋଇଥିବାରୁ ପ୍ରିୟଙ୍କା ପିସ୍ତାବାଦାମରେ ଚିତ୍ର କରିବେ ବୋଲି ଭାବିଥିଲେ । କାରଣ ବାଦାମ ଖାଇବା ଦ୍ୱରା ବୁଦ୍ଦି ଶକ୍ତି ବଢ଼େ ବୋଲି କୁହାଯାଏ ।

Advertisement

ସେହିପରି ଭାବେ ମୋଦିଜୀଙ୍କ ଜନ୍ମସ୍ଥାନ ଗୁଜୁରାଟରୁ ତାଙ୍କର କର୍ମସ୍ଥାନ ନୂଆଦିଲ୍ଲୀ ପର୍ଯ୍ୟାନ୍ତ ପିସ୍ତାକୁ କ୍ରମାନୁସାରେ ସଜାଇଛନ୍ତି ପ୍ରିୟଙ୍କା । ଯାହାକି ଏକ ନିଆରା କାର୍ଯ୍ୟଶୈଳୀକୁ ଦର୍ଶାଉଛି । ଏହି ଚିତ୍ର କରିବାକୁ ପ୍ରିୟଙ୍କଙ୍କୁ ୭ ଘଣ୍ଟାର ସମୟ ଲାଗିଛି ।

Leave a Reply

Your email address will not be published. Required fields are marked *