Pratidin TV

Odisha's Digital News Platform

ବିଶ୍ୱ ଦେଖିଲା ଭାରତର ପରାକ୍ରମ ; ଆକାଶରେ ଶକ୍ତି ଦେଖାଇଲା ଭାରତୀୟ ବାୟୁସେନା ..

1 min read

ନୂଆଦିଲ୍ଲୀ : ଦୁନିଆ ଦେଖିଲା ଭାରତର ପରାକ୍ରମ । ଆକାଶରେ ଶକ୍ତି ଦେଖାଇଲା ଭାରତୀୟ ବାୟୁସେନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏରୋ ଇଣ୍ଡିଆ ୨୦୨୩ ର ୧୪ତମ ସଂସ୍କରଣର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ କର୍ଣ୍ଣାଟକର ବେଙ୍ଗାଲୁରୁର ବାୟୁସେନାର ୟେଲାହଙ୍କା ବାୟୁସେନା ଷ୍ଟେଶନରେ ଅନୁଷ୍ଠିତ ହେଉଛି । ଏରୋ ଇଣ୍ଡିଆ ଦେଶକୁ ସାମରିକ ବିମାନ, ହେଲିକପ୍ଟର, ପ୍ରତିରକ୍ଷା ଉପକରଣ ଏବଂ ନୂତନ ଯୁଗର ଆଭିଏନିକ୍ସ ଉତ୍ପାଦନ ପାଇଁ ଏକ ଉଦୀୟମାନ ହବ ଭାବରେ ପ୍ରଦର୍ଶନ କରିଛି । ଏରୋ ଇଣ୍ଡିଆର ୧୪ତମ ସଂସ୍କରଣରେ ଦୁନିଆ ଭାରତର ପରାକ୍ରମ ଦେଖିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ଏରୋ ଇଣ୍ଡିଆ ୨୦୨୩ ର ବିଷୟବସ୍ତୁ ହେଉଛି ଏକ ବିଲିୟନ ସୁଯୋଗର ରନୱେ ।

ପ୍ରଧାନମନ୍ତ୍ରୀ କହିଛନ୍ତି କର୍ଣ୍ଣାଟକ ପରି ଏକ ରାଜ୍ୟରେ ଏହା ଘଟୁଛି ଯାହାର ପ୍ରଯୁକ୍ତିବିଦ୍ୟା ଜଗତରେ ବିଶେଷ ଜ୍ଞାନ ଅଛି । ଏହି ଇଭେଂଟ ଏରୋସ୍ପେସ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ । କର୍ଣ୍ଣାଟକର ଯୁବକମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି ହେବ । ବେଙ୍ଗାଲୁରୁର ଆକାଶ ନୂଆ ଭାରତର ସମ୍ଭାବନାକୁ ଦେଖୁଛି । ଆକାଶ ସାକ୍ଷ୍ୟ ଦେଉଛି ଯେ ନୂତନ ଉଚ୍ଚତା ହେଉଛି ନୂତନ ଭାରତର ବାସ୍ତବତା । ଆଜି ଦେଶ ନୂତନ ଉଚ୍ଚତାକୁ ଛୁଇଁଛି ଏବଂ ଆକାଶକୁ ମଧ୍ୟ ଅତିକ୍ରମ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଏବଂ ବିଦେଶରୁ ଆସିଥିବା ୧୦୦ରୁ ଅଧିକ ସହଭାଗୀମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏହା ବର୍ତମାନ ପର୍ଯ୍ୟନ୍ତ ଏହାର ସମସ୍ତ ରେକର୍ଡ ଭାଙ୍ଗିଛି । ଏଥିରେ ଭାରତୀୟ ଏମଏସଏମଇ, ସ୍ୱଦେଶୀ ଷ୍ଟାର୍ଟଅପ ଏବଂ ବିଶ୍ୱର ଜଣାଶୁଣା କମ୍ପାନୀ ମଧ୍ୟ ଅଛନ୍ତି ।

Advertisement

ଫେବୃଆରୀ ୧୩ରୁ ୧୭ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଏହା ଅନୁଷ୍ଠିତ ହେଉଛି । ଏନେଇ ବେଙ୍ଗାଲୁରୁ ପୋଲିସ ରାଜଧାନୀରେ ଯାତାୟାତ ନ ହେବା ପାଇଁ ଟ୍ରାଫିକ ମାର୍ଗଦର୍ଶିକା ଜାରି କରିଛି । ଏହି କାର୍ଯ୍ୟକ୍ରମ ସ୍ୱଦେଶୀ ବିମାନ ପ୍ଲାଟଫର୍ମ ଯଥା ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ତେଜସ୍‌, ଏଚଟିଟି-୪୦, ଡୋର୍ନିୟର ଲାଇଟ୍ ୟୁଟିଲିଟି ହେଲକପ୍ଟର, ଲାଇଟ୍ କମ୍ବାଟ ହେଲିକପ୍ଟର, ଆଡଭାନ୍ସଡ ଲାଇଟ ହେଲିକପ୍ଟର ରପ୍ତାନିକୁ ପ୍ରୋତ୍ସାହିତ କରିବାର ଆଶା ରହିଛି ।

Leave a Reply

Your email address will not be published. Required fields are marked *