ଭାରତରେ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଗୁପ୍ଚୁପ୍ ଖୁଆଇ ଲସି ପିଆଇଲେ ମୋଦି , ବିଶେଷ ବୈଠକ ପରେ ବୁଦ୍ଧ ଜୟନ୍ତୀ ପାର୍କ ବୁଲାଇ …
1 min readନୂଆଦିଲ୍ଲୀ : ଗତକାଲି ସକାଳେ ଦୁଇଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବା ପରେ ଫୁମିଓ କିଶିଦାଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫିମିଓ କିସିଦା ମୋଦିଙ୍କ ସହ ମିଶି ଭାରତର ସୁସ୍ୱାଦୁ ଖାଦ୍ୟର ମଜାନେବା ସହ ବୁର୍ଦ୍ଧ ଜୟନ୍ତୀ ପାର୍କରେ ବୁଲାଇଥିଲେ । ଯାହାର ଫଟୋ ମୋଦି ନିଜେ ଟ୍ୱିଟ୍ କରିଛନ୍ତି ।
ପ୍ରଥମେ ମୋଦି ଫୁମିଓଙ୍କୁ ନେଇ ଦିଲ୍ଲୀର ବୁଦ୍ଧ ପାର୍କ ଯାଇଥିଲେ । ସେଠାରେ ବୁଲାଇବା ସହ ତାଙ୍କୁ ଚଟପଟା ଗୁପ୍ଚୁପ୍ ସହ ଲସିର ମଜାନେବାକୁ କହିଥିଲେ । ତେବେ ଫୁମିଓ ମଧ୍ୟ ମୋଦିଙ୍କ ସହ ଯୋଗଦେଇ ଗୁପ୍ଚୁପ୍ ଖାଇବାକୁ ଲାଗିଥିଲେ । ଯାହାର ସ୍ୱାଦ ତାଙ୍କୁ ଖୁବ୍ ଭଲଲାଗିଥିଲା । ଏହାପରେ ସେ ଗୁପଚୁପ୍ର ଚଟପଟା ଟେଷ୍ଟର ପ୍ରଶଂସା କରିବା ସହ ଆହୁରି ଗୁପଚୁପ୍ ମାଗି ଖାଇଥିଲେ । ଏବଂ ପରେ ମୋଦିଙ୍କ ସହ ଲସିର ମଜା ନେଇଥିଲେ । ଏବଂ ସେଠାରେ ରହି ଲସି କିପରି ତିଆରି ହୁଏ ଦେଖିବା ସହ ନିଜେ ମଧ୍ୟ ପ୍ରସ୍ତୁତ କରିବାକୁ ଆଗ୍ରହ ଦେଖାଇଥିଲେ ।
ତେବେ ଫୁମିଓଙ୍କ ଭାରତ ଆସିବାର ମୁଖ୍ୟକାରଣ ଜାପାନ ଏ-୭ର ଅଧ୍ୟକ୍ଷତା କରୁଥିବାବେଳେ ଏ-୨୦ର ଅଧ୍ୟକ୍ଷତା କରୁଛି ଭାରତ। ତେଣୁ ଉଭୟ ଦେଶ ମିଶି ଅନ୍ତର୍ଜାତୀୟ ସମୁଦାୟର ବିକାଶ ଲାଗି କାର୍ୟ୍ୟ କରିବାର ଆବଶ୍ୟକତା ରହିଛି ଉଭୟ ଗତକାଲି ବୈଠକରେ ମତ ଦେଇଥିଲେ । ଏହସହ ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ସୂଚନା ଅନୁଯାୟୀ ମୋଦି ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଏକ ଉପହାର ସ୍ୱରୂପ କର୍ଣ୍ଣାଟକର ଐତିହ୍ୟ ସହ ଜଡ଼ିତ ଏବ ବୁଦ୍ଧ ମୂର୍ତ୍ତି ଉପହାର ଆକାରରେ ଦେଇଛନ୍ତି। ଚନ୍ଦନ କାଠରେ ନିର୍ମିତ ଏହି ମୂର୍ତ୍ତିଟିକୁ କଦମ୍ବ କାଠରେ ତିଆରି ବାକ୍ସରେ ରଖାଯାଇଥିଲା ।