Pratidin TV

Odisha's Digital News Platform

ଟପ୍ ଅନଲାଇନ ଗେମର୍ସଙ୍କୁ ଭେଟି , ପ୍ରଧାନମନ୍ତ୍ରୀ କଲେ ଆଲୋଚନା..

1 min read

ଦେଶରେ ଟପ୍ ଅନଲାଇନ ଗେମର୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ସମସ୍ତ ଗେମର୍ସ ମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେମାନଙ୍କ ମଧ୍ୟରେ ଅନିମେଷ ଅଗ୍ରୱାଲ, ନମନ ମାଥୁର, ପାୟଲ ଧରେ, ମୈଥିଲେଶ ପାଟନକର, ତୀର୍ଥ ମେହେଟ୍ଟା, ଗଣେଶ ଗଙ୍ଗାଧର ଏବଂ ଅଂଶୁ ବିଷ୍ଟ ପରି ଟପ୍ ଗେମର୍ସ ମାନଙ୍କୁ ଭେଟିବା ସହ ସେମାନଙ୍କର କାର୍ଯ୍ୟରେ ପ୍ରଶଂସା କରିଥିଲେ ମୋଦୀ । ଗେମର୍ସ ମାନଙ୍କୁ ସାକ୍ଷାତ କରିବା ସହିତ ଗେମଂ ଇଣ୍ଡଷ୍ଟ୍ରିରେ ସମ୍ମୁଖୀନ ହଉଥିବା ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଗେମସର୍ସ ମାନଙ୍କ ମିଟଂର ଏକ ଟିଜର ମଧ୍ୟ ରିଲିଜ କରାଯାଇଥିଲା । ଯେଉଁ ଭିଡିଓରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ଆଜି ସେହି ଭିଡିଓର ପୁରା ଭିଡିଓ ରିଲିଜ ହୋଇଛି , ଯାହା ବେଶ୍ ଭାଇରଲ ହେଉଛି । ଅନଲାଇନ୍ ଗେମ୍ ଖେଳିବା, କିଭଳି ସେମାନେ ଏଥିରେ କ୍ୟାରିୟର ଗଢିଲେ ସେ ସବୁ ସମ୍ପର୍କରେ ଆଲୋଚନା କରିଛନ୍ତି । ପରିବେଶକୁ କିଭଳି ସୁରକ୍ଷା ଦେଇପାରିବା ଏବଂ ଜୀବନ ବଞ୍ଚାଇ ପାରିବା ତାହାକୁ ଧ୍ୟାନରେ ରଖି କିଛି ଗେମ୍ ପ୍ରସ୍ତୁତ କରିବାକୁ ଗେମର୍ସଙ୍କୁ ପରାମର୍ଶ ଦେଇଛନ୍ତି ମୋଦୀ ।

Leave a Reply

Your email address will not be published. Required fields are marked *