Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ଉପରେ ଚର୍ଚ୍ଚା ଟିପ୍ସ : କହିଲେ ‘ମା ଙ୍କ ଠାରୁ ଶିଖ ଟାଇମ୍ ମ୍ୟାନେଜମେଣ୍ଟ’ ..

1 min read

ନୂଆଦିଲ୍ଲୀ : ଦେଶର ଭବିଷ୍ୟତ ମାନଙ୍କୁ ଆଜିଠୁ ଶକ୍ତ କରିବା ପାଇଁ ନରେନ୍ଦ୍ର ମୋଦି ନେଲେ ଏଭଳି ପଦକ୍ଷେପ । ଆରମ୍ଭ କଲେ ଭିନ୍ନ ଏକ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚା । କହିଲେ ମା’ଙ୍କ ଠାରୁ ଶିଖ ଟାଇମ୍ ମ୍ୟାନେଜମେଂଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁକ୍ରବାର ଦିଲ୍ଳୀର ତାଲକଟୋରା ଷ୍ଟାଡିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି ।

Advertisement

ପ୍ରତ୍ୟକ୍ଷ/ପରୋକ୍ଷ ଭାବେ ୩୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କୁ ଲାଇଭ୍ ଜରିଆରେ ସଫଳତାର ମନ୍ତ୍ର ପ୍ରଦାନ କରିଛନ୍ତି । ସେ କହିଛନ୍ତି,ମା’ଙ୍କୁ ଦେଖ । ମା’ଙ୍କୁ ଦେଖି ଟାଇମ ମ୍ୟାନେଜମେଂଟ ଶିଖ । ମା’ଙ୍କୁ ଭଲରେ ଦେଖିଲେ ଟାଇମ ମ୍ୟାନେଜମେଣ୍ଟର ମହତ୍ୱ ବୁଝି ପାରିବ । ମା କିଭଳି ଘରର ସମସ୍ତ କାମ ସହ ନିଜର ସମୟକୁ ବଞ୍ଚାଇ ସବୁ ଜିନିଷ ସମ୍ଭାଳିଥାନ୍ତି । ପରୀକ୍ଷା ସମୟରେ,ସମୟର ସଠିକ୍ ଉପଯୋଗ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି ।

ପରୀକ୍ଷାରେ ମାଲ ପ୍ରାକ୍ଟିସକୁ ସୁନ୍ଦର ଭାବେ ବୁଝାଇ ମୋଦି କହିଥିଲେ, ପରୀକ୍ଷାରେ କପି କରୁଥିବା ପିଲାଟି ବି କ୍ରିଏଟିଭିଟି ଦେଖାଇଥାଏ । ଯେତିକି ସମୟ କପିରେ ଦେଉଛି, ସେତିକି ସମୟ ପାଠପଢାରେ ଦେଲେ କପି ଦରକାର ପଡନ୍ତାନି । କପି କଲେ ଭବିଷ୍ୟତ ଗଠନ କରିହେବନି କିମ୍ବା କପି କରି ପରୀକ୍ଷାରେ ଖସି ଯାଇପାରିବ ନାହିଁ । ଏପରି କରିବା ଦ୍ୱାରା ଆଗକୁ ଅଟକି ଯିବେ ବୋଲି ମୋଦୀ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ।

ଦିଲ୍ଲୀ କାଲକଟୋରା ଷ୍ଟାଡିୟମରେ ଆଜି ଆୟୋଜିତ ହୋଇଥିଲା ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଥିଲେ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଟିପ୍ସ ଦେଇଛନ୍ତି । ପିଲାମାନଙ୍କୁ ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply

Your email address will not be published. Required fields are marked *