Pratidin TV

Odisha's Digital News Platform

ଡ୍ରେସିଂ ରୁମକୁ ଯାଇ ରୋହିତ ଏବଂ ବିରାଟଙ୍କୁ ହସାଇଲେ ପ୍ରଧାନମନ୍ତ୍ରୀ ମୋଦି,ଦିଲ୍ଲୀ ଆସିବାକୁ ଦେଲେ ନିମନ୍ତ୍ରଣ..

ବିଶ୍ୱକପ ହାରିବା ପରେ ଭାଙ୍ଗି ପଡିଛନ୍ତି ଭାରତୀୟ ଟିମ । ପୁରା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ଦେବା ପରେ ମଧ୍ୟ କେବଳ ଗୋଟିଏ ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ ଚାମ୍ପିଅନ ହୋଇ ପାରିନାହିଁ ଦଳ । ଫାଇନାଲରେ ରନର୍ସ ଅପ ହୋଇଥିଲା ଟିମ ଇଣ୍ଡିଆ ।ତୃତୀୟ ଥର ବିଶ୍ୱକପ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇ ଯାଇଥିଲା ।କେବଳ ଯେ ଖେଳାଳିଙ୍କର ତାହା ନୁହେଁ, ପୁରା ଭାରତ ସେଦିନ ଯନ୍ତ୍ରଣାରେ ଛଟପଟ ହୋଇଥିଲା ।

ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବା ପରେ ଖେଳାଳିମାନେ ଦୁଃଖ ସମ୍ଭାଳି ପାରିନଥିଲେ । ପଡ଼ିଆରେ ରୋହିତ ଶର୍ମା, ବିରାଟ କୋହଲି ଓ ସିରାଜ କାନ୍ଦୁଥିବାର ଦେଖା ଯାଇଥିଲା । ଅନ୍ୟପଟେ ଡ୍ରେସିଂ ରୁମର ପରିବେଶର ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହେଁ । ତେବେ ଏହି ସମୟରେ କ୍ରିକେଟରଙ୍କ ଡ୍ରେସିଂ ରୁମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସେହି ଭିଡିଓରୁ ଜଣାପଡୁଛି ଯେ ରୁମରେ ପହଞ୍ଚି ଖେଳାଳିଙ୍କ ମନୋବଳ ବଢାଇଥିଲେ ମୋଦି । ଟିମର ଖେଳାଳି ପରାଜୟ ପରେ ଡ୍ରେସିଂ ରୁମରେ ବହୁତ ନିରାଶ ରହିଥିଲେ । ରୋହିତ ଏବଂ ବିରାଟଙ୍କ ହାତ ଧରି ଖୁସି ରହିବାକୁ କହିଥିଲେ । ସମଗ୍ର ଦେଶ ତୁମକୁ ଦେଖୁଛି, ସାହସ ରଖ, ହସ । ପରସ୍ପରକୁ ସାହସ ଦିଅ, ଖେଳରେ ହାର ଜିତ ରହିଥାଏ । ତମେମାନେ ୧୦ଟି ମ୍ୟାଚ ଜିତିଛ ।

ଏହା ପରେ କୋଚ ଦ୍ରାବିଡଙ୍କ ସହିତ ଦେଖା କରିବା ପରେ ରବିନ୍ଦ୍ର ଜାଡେଜାଙ୍କ ପିଠି ଥାପୁଡାଇ, ଶୁବମନ ଗିଲଙ୍କ ସହିତ କଥା ହୋଇଥିଲେ । ଫାଇନାଲ ଦେଖିବାକୁ ନିଜେ ଅହମଦାବାଦର ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଚାମ୍ପିୟନ ଟିମ୍ ଅଷ୍ଟ୍ରେଲିଆକୁ ଟ୍ରଫି ଦେବା ପରେ ଭାରତୀୟ ଡ୍ରେସିଂ ରୁମକୁ ଯାଇଥିଲେ ମୋଦି ।

ସେଠାରେ ସେ ଦେଖିଥିଲେ, ଭାରତୀୟ କ୍ରିକେଟରମାନେ ଭାଙ୍ଗି ପଡ଼ିଛନ୍ତି, ବହୁତ ମନଦୁଃଖରେ ଅଛନ୍ତି । ଏହା ପରେ କ୍ରିକେଟରଙ୍କୁ ସେ ସାନ୍ତ୍ୱନା ଦେଇଥିଲେ ।

Leave a Reply

Your email address will not be published. Required fields are marked *