Pratidin TV

Odisha's Digital News Platform

କୁନି ଛୁଆ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ।

ମଙ୍ଗଳବାର ଅହମ୍ମାଦାବାଦରେ ଭୋଟ ଦେବାକୁ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ରାସ୍ତା ଘାଟରେ କମ୍ପୁଥିଲା ମୋଦୀ ମୋଦୀ ନାରା । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ଗାଡିରୁ ଓହ୍ଲାଇ ଚାଲି ଚାଲି ସିଧା ଆସିଥିଲେ ପୁଲିଂ ବୁଥକୁ । ରାସ୍ତାର ଦୁଇକଡରେ ଛିଡା ହୋଇଥିବା ସମର୍ଥକ ଏବଂ କର୍ମୀଙ୍କଠୁ ଅଭିବାଦନ ଗ୍ରହଣ କରିବା ପରେ, ପୁଲିଂ ବୁଥକୁ ଯାଇ ଭୋଟ ଦେଇଥିଲେ ମୋଦୀ ।

ସେଠାରୁ ଫେରିବା ସମୟରେ ମୋଦୀଙ୍କ ସହ କିଛି ଏଭଳି ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । କାରଣ ଏକ କୁନି ଛୁଆଟି ପାଇଁ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗି ଦେଇଥିଲେ ।କୁନି କୁନି ପ୍ରଶଂସକଙ୍କ ଅନୁରୋଧ ରକ୍ଷା କରି ସେମାନଙ୍କ ସହ କରମର୍ଦ୍ଦନ କରିବା ସହ ସେମାନେ ଆଙ୍କିଥିବା ଚିତ୍ରରେ ଅଟୋଗ୍ରାଫ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଶଂସକଙ୍କ ଭିଡ ଭିତରେ ଜଣେ ମହିଳା ଯେବେ ନିଜ କୁନି ଶିଶୁକୁ ମୋଦୀଙ୍କୁ ଆଡକୁ ବଢ଼ାଇ ଦେଇଥିଲେ ସେ ସମୟରେ ମୋଦୀ ପ୍ରୋଟୋକଲ ଭାଙ୍ଗି ଶିଶୁକୁ କୋଳେଇ ନେଇଥିଲେ । ପ୍ରଧାନମନ୍ତ୍ରୀ ଓ ଶିଶୁର ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *