Pratidin TV

Odisha's Digital News Platform

(video)ଗୋଟିଏ ଷ୍ଟେଜ୍‌ରେ ନବୀନ-ମୋଦି , ଜାଣନ୍ତୁ କଣ ହେଲେ କଥାବାର୍ତ୍ତା ?

1 min read

ଆଜି ଚଣ୍ଡିଖୋଲରେ ଗୋଟିଏ ଷ୍ଟେଜ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ଥ୍ରୀ ନରେନ୍ଦ୍ର ମୋଦି ନଜର ଆସିଛନ୍ତି। ଦୁହେଁ ପରସ୍ପର ସହ ଖୂବ୍ ନିକଟତର ହୋଇ କଥା ହେଉଥିବା ଭିଡିଓ ସାମ୍ନାକୁ ଆସିଛି । ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହାର୍ଯ୍ୟ ଲୋଡି ଧନ୍ୟବାଦ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବିକାଶ ଓଡିଶାର ନୂଆ ପରିଚୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ମିଳିମିଶି ଅନେକ କାମ କରିବୁ । ଓଡିଶାର ବିକାଶ ପାଇଁ ଶାଡେ ଚାରିକୋଟି ଲୋକଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ହାତ ବଢେଇଥିବାରୁ ତାଙ୍କ ଧନ୍ୟବାଦ୍ ଦେଇଛନ୍ତି ନବୀନ ବାବୁ ।

ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପର ଶିଳାନ୍ୟାସ୍‌ ଓ ଲୋକାର୍ପଣ କରିଛନ୍ତି। ଚଣ୍ଡିଖୋଲରେ ଆୟୋଜିତ ଭବ୍ୟ ସଭାରେ ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଓଡ଼ିଶାରେ ଆଜି ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ସ୍ମରଣୀୟ ହୋଇ ରହିଛି। ସମଗ୍ର ଦେଶବାସୀଙ୍କ ପକ୍ଷରୁ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆଜିର ପ୍ରକଳ୍ପ ଯୋଗୁ ଓଡ଼ିଶାରେ ନୂଆ ରୋଜଗାର ମିଳିବ। ଦେଶରେ ଏବେ ଏମିତି ସରକାର ଯିଏ ବର୍ତ୍ତମାନ ଓ ଭବିଷ୍ୟତ ଚିନ୍ତା କରୁଛି। 

Advertisement

Leave a Reply

Your email address will not be published. Required fields are marked *