Pratidin TV

Odisha's Digital News Platform

ଫାଇନ୍ ଭରିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ : ଭୁଲ ପାଇଁ ପୂର୍ବରୁ ମାଗିଥିଲେ କ୍ଷମା , ଏବେ ଭରିବେ ୧୦୦ ପାଉଣ୍ଡ ..

1 min read

ନୂଆଦିଲ୍ଲୀ : ଫାଇନ୍ ଭରିବେ ବ୍ରିିଟେନ୍ ପ୍ରଧାନମନ୍ତ୍ରୀ । କଥାଟା ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ସତ । ବ୍ରିଟେନରେ ସମସ୍ତଙ୍କ ପାଇଁ ରୁଲ୍ ସମାନ । ସିଏ ସାଧାରଣ ମଣିଷ ହୁଅନ୍ତୁ କି ଦେଶର ପ୍ରଧାନମନ୍ତ୍ରୀ । ଆଜ୍ଞା ହଁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାରତୀୟ ବଂଶଦ୍ଭବ ଋଷି ସୁନକ ଭରିବେ ଫାଇନ୍ । ଗୁରୁବାର ଲଙ୍କାସାୟର ପୋଲିସ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଟ୍ରଫିକ୍ ନିୟମ ଉଲ୍ଲଘନ ଲାଗି ଫାଇନ ପକାଇଛନ୍ତି ।

Advertisement

ସୂଚନାଯୋଗ୍ୟ ଯେ ଇଂଲଣ୍ଡର ଉତ୍ତର-ପଶ୍ଚିମ ପ୍ରାନ୍ତରେ ଗାଡି ଚାଲୁଥିବା ସମୟରେ ପିଏମ୍ ଋଷି ସୁନକ ଏକ ଭିଡିଓ କରିବା ପାଇଁ ନିଜ ସିଟ୍ ବେଲ୍ଟ ହଟାଇଥିଲେ । ତେବେ ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାପରେ ୧୦୦ ରୁ ଅଧିକ ଲୋକାଭିମୁଖୀ ଯୋଜନାରେ ରାଜସ୍ୱ ପାଇଁ ଲେଭଲିଇ ଅପ୍ ଫଣ୍ଡ ଘୋଷଣା କରିଛନ୍ତି । ଏହାରି ଉପରେ ଏକ ଭିଡିଓ କରୁଥିବା ସମୟରେ ସୁନକ କିଛି ମସୟ ପାଇଁ ସିଟ୍ ବେଲ୍ଟ ହଟାଇ ଥିଲେ । ଏହାପାଇଁ ସେ ବର୍ତ୍ତମାନ ୧୦୦ ପାଉଣ୍ଡ ଦେବେ ବୋଲି ଲଙ୍କାୟସ ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛି ।

ଏହାପୂର୍ବରୁ ଋଷି ସୁନକ ନିଜେ ଏକ ଭିଡିଓରେ ନିଜେ ଟ୍ରାଫିକ୍ ନିୟମ ଉଲ୍ଲଘଂନ କରିଥିବା ନେଇ କ୍ଷମା ପ୍ରାର୍ଥନା କରିଥିଲେ ।
ତେବେ ବ୍ରିଟେନରେ ବିନା ସିଟ୍ ବେଲ୍ଟରେ ଗାଡି ଚାଳନା କଲେ ୧୦୦ ପାଉଣ୍ଡ ପର୍ଯ୍ୟନ୍ତ ଜରିମାନା ପଡିଥାଏ । ଇଣ୍ଡିଆନ ରୁପିରେ ୧୦୦ ପାଉଣ୍ଡର ମୂଲ୍ୟ ୧୦ ହଜାର ୦୩୨ ।

Leave a Reply

Your email address will not be published. Required fields are marked *