Pratidin TV

Odisha's Digital News Platform

ଅଯୋଧ୍ୟା ଗସ୍ତରେ ପ୍ରଧାନମନ୍ତ୍ରୀ, ରାମଲାଲାଙ୍କ ପୂଜାର୍ଚ୍ଚନା ସହ କରିବେ ରୋଡ୍ ଶୋ’

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ସଜାଇ ହୋଇଛି ଅଯୋଧ୍ୟା ନଗରୀ | ଲୋକସଭା ନିର୍ବାଚନର ୩ୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିବେ | ସେଥିପାଇଁ ଆଜି ପୁରା ଅଯୋଧ୍ୟା ନଗରୀ ସଜାଇ ହୋଇଥିବା ବେଳେ ସବୁଠି ସୁଭିଛି ରାମନାମ |

ଆଜି ସନ୍ଧ୍ୟା ୭ଟାରେ ରାମଲାଲାଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ | ଏହାପରେ ସୁଗ୍ରୀବ ଦୁର୍ଗ ଠାରୁ ଅଯୋଧ୍ୟାର ଲତା ମଙ୍ଗେସକର ଛକ ପର୍ଯ୍ୟନ୍ତ ପ୍ରାୟ ୨ କିମି ପର୍ଯ୍ୟନ୍ତ ରୋଡ଼ ଶୋ କରିବେ | ଗତ ୪ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ୨ୟ ଥର ରୋଡ଼ ଶୋ ହେବ | ତେବେ ଏହି ଉଦ୍ଦେଶ୍ୟରେ ରାମ ମନ୍ଦିରର ବରିଷ୍ଠ ପୂଜକ ସତେନ୍ଦ୍ର ଦାସ କହିଛନ୍ତି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଅଯୋଧ୍ୟା ଗସ୍ତ | ସେ ଯେଉଁ କାରଣ ଲାଗି ଅଯୋଧ୍ୟା ଆସୁଛନ୍ତି ପ୍ରଭୁ ତାଙ୍କର ସବୁ ଆଶାକୁ ପୁରଣ କରନ୍ତୁ |

ତେବେ ମୋଦିଙ୍କ ଗସ୍ତ ପାଇଁ ବିଜେପି ପକ୍ଷରୁ ହୋଇଛି କଡାକଡି ବ୍ୟବସ୍ଥା | ଏବଂ କର୍ମୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *