ପ୍ରଥମ ଥର ପାଇଁ ରାଜ୍ୟରେ ଆରମ୍ଭ ହେଲା ପିଏମ୍ WIFI ସେବା , ଜାଣନ୍ତୁ କଣ ରହିଛି ଏହାର ସୁବିଧା ..
1 min read
କଟକ : ଆରମ୍ଭ ହେଲା ପିଏମ୍ ୱାଇଫାଇ ସେବା । ପ୍ରଥମ ଥର ପାଇଁ ରାଜ୍ୟର କଟକ ତ୍ରିଶୂଳିଆ ବେଲଗାଛିଆସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ (ସରସ୍ୱତୀ ଗ୍ରୁପ୍ ଅପ୍ ଇଷ୍ଟିଟ୍ୟୁସନ୍)ରେ । ଆନୁଷ୍ଠାନିକ ଭାବରେ ସେବାକୁ ଆରମ୍ଭ କରାଯାଇଛି।ଯେଉଁଠାରେ ସ୍ୱଳ୍ପ ମୂଲ୍ୟରେ ମିଳି ପାରିବ ଇଣ୍ଟରନେଟର ସେବା। ସର୍ବସାଧାରଣଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ । ଟେଲିକମ ବିଭାଗର ବରିଷ୍ଠ ଅଧିକାରୀ ଉଦଘାଟନୀ ସମାରୋହରେ ଉପସ୍ଥିତ ଥିଲେ।
ସୁଚନାଯୋଗ୍ୟ ଯେ ସାରା ଦେଶରେ ୧୬୦ ଟି ସହରରେ ଏହି ସେବାକୁ ଉପଲବ୍ଧ କରାଯାଇଛି। ମାତ୍ର ୫ ଟଙ୍କାରେ ୨୪ ଘଣ୍ଟା ପାଇଁ ଦୁଇ ଜୀବି ଡାଟା ଉପଲବ୍ଧ ହେବ ଏହି ପ୍ଲାନ ଜରିଆରେ। ଅନ୍ୟାନ୍ୟ ଆକର୍ଷଣୀୟ ଡାଟା ପ୍ଲାନ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଯୋଜନାର ଏହା ଏକ ଅଂଶବିଶେଷ ବୋଲି ସୂଚନା ମିଳିଛି।