Pratidin TV

Odisha's Digital News Platform

କଟକ ପକ୍ସୋ କୋର୍ଟ ବିଚାରପତି ମୃତ୍ୟୁ ମାମାଲା : ଆସିଲା ଶବ ବ୍ୟବିଚ୍ଛେଦ ରିପୋର୍ଟ

1 min read

ଭୁବନେଶ୍ୱର : କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଶବ ବ୍ୟବିଚ୍ଛେଦ ରିପୋର୍ଟ ଆଜି ମର୍କତନଗର ପୋଲିସର ହସ୍ତଗତ ହୋଇଛି । ତେବେ ରିପୋର୍ଟ ଅନୁଯାୟୀ ସୁବାସ ରଶି ଲଗାଇ ଝୁଲିପଡିଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ରଶି ଯୋଗୁ ବେକର ବିଭିନ୍ନ ସ୍ଥାନରେ ଦାଗ ଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ଅଛି ।ସେପ୍ଟେମ୍ବର ୨ ତାରିଖ ଦିନ ମଧ୍ୟହ୍ନ ୧.୧୫ ବେଳକୁ କଟକର ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରୁ ସୁବାସଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଥିଲା ।

ତେବେ ଏହା ଏକ ଆତ୍ମହତ୍ୟା ବୋଲି ଭାବୁଥିବାବେଳେ , ସୁବାସଙ୍କ ମାଁ ଏହାକୁ ହତ୍ୟା ବୋଲି କହିଥିଲେ । ଏହା ସହ ସେ ମର୍କତନଗର ଥାନାରେ ଅଭିଯୋଗ ଆଣିଥିଲେ । ଯେ ତାଙ୍କ ପୁଅ ଯିଏକି ଜଣେ ବିଚାରପତି ସିଏ କେବେ ଆତ୍ମହତ୍ୟା କରିପାରିବନି । ମୋ ପୁଅକୁ ମୋ ବୋହୁ ଓ ତା ଭାଇ ମିଶି ହତ୍ୟା କରିଛନ୍ତି । ମୋ ବୋହୁ ସୁବାସକୁ ଗାଁକୁ ଯିବାକୁ ଦେଉନଥିଲା । କି ମୋ ସହ କଥା ମଧ୍ୟ କରେଇ ଦେଉନଥିଲା । ବାହାଘର ମଧ୍ୟ ମୋ ପୁଅର ଇଛା ବିରୁଦ୍ଧରେ ହୋଇଥିଲା । ବୋହୁ ମୋ ପୁଅ ସୁବାସକୁ କୌଣସି କାରଣ ବସତଃ ଫସେଇ ବିବାହ କରିଥିଲା । ସେ କେବେ ଆତ୍ମହତ୍ୟା କରିପାରିବନି । ତାକୁ ହତ୍ୟା କରାଯାଇ ଟଙ୍ଗେଇ ଦେଇଛନ୍ତି ।

Advertisement

ମର୍କତ ନଗର ପୋଲିସ ଥାନାରେ ଏପରି ଅଭିଯୋଗ ଆସିବା ପରେ , ପୋଲିସ ବିଚାରପତି ସୁବାସଙ୍କ ପତ୍ନୀ , ଶଳା ଏବଂ ସୁବାସଙ୍କ କିଛି ସହଯୋଗି କର୍ମଚାରିମାନଙ୍କୁ ପଚରାଉଚରା କରିଥିଲା । ଏହା ସହ ପୋଲିସ ଏହି ଘଟଣାର ପ୍ରକୃତ ସତ୍ୟ କଣ ଯଥା ସମ୍ଭବ ଖୋଜି ବାହର କରିବ ବୋଲି ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *