Pratidin TV

Odisha's Digital News Platform

ପକ୍ସୋ ବିଚାରପତିଙ୍କ ମୃତ୍ୟୁ ମାମଲା : ସନ୍ଦେହ ଘେରରେ ସ୍ତ୍ରୀ ଏବଂ ଶଳା

କଟକ : ଗତକାଲି କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ହୋଇଥିଲା । ପଙ୍ଖାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ମୃତ ଶରୀର । ତେବେ ଆଜି ଏହି ଘଟଣାଟି ସମ୍ପୂର୍ଣ୍ଣ ଭାବେ ଭିନ୍ନ ମୋଡ ନେଇଛି । ସୁବାସ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ମାରିଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ସୁବାସଙ୍କ ମାଁ ଏବଂ ଭିଣେଇ ।

ଗତକାଲି ସୁବାସଙ୍କ ବାପାଙ୍କର ଶ୍ରାଦ୍ଧ ଥିଲା । ସୁବାସ ଘରକୁ ଯିବେ ବୋଲି କହିଥିଲେ ମାଁଙ୍କୁ , କିନ୍ତୁ ଘରକୁ ସୁବାସ ନଯାଇ ଯାଇଥିଲା ତାଙ୍କ ଆତ୍ମହତ୍ୟା ଖବର । ସୁବାସଙ୍କ ମା ଏବଂ ତାଙ୍କ ଭିଣେଇଙ୍କ ଅଭିଯୋଗ ଅନୁଯାୟୀ ସୁବସ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କ ସ୍ତ୍ରୀ ଓ ଶଳା ମିଶି ହତ୍ୟା କରିଛନ୍ତି । ଏହାପରେ ତାକୁ ଆତ୍ମହତ୍ୟାର ରୂପ ଦେଇ ଦିଆଯାଇଛି । ତେବେ ସୁବାସଙ୍କ ମା ଏହା ମଧ୍ୟ କହିଛନ୍ତି ଯେ, ମୋ ପୁଅକୁ ମୋ ସହ ଦେଖା କରେଇଦେଉନଥିଲା ବୋହୁ । କଥା ମଧ୍ୟ କରେଇଦେଉନଥିଲା । ଏହା ସହ ସୁବାସକୁ ଗାକୁ ମଧ୍ୟ ଛାଡୁନଥଲା ବୋହୁ । ଏଭଳି ଲିଖିତ ଅଭିଯୋଗ ଆଣିଛନ୍ତି ମର୍କତନଗର ଥାନାକୁ ସୁବାସଙ୍କ ମାଁ ।

ତେବେ ସୁବାଷଙ୍କ ଭିଣେଇ ମଧ୍ୟ ଏନେଇ ମୁହଁ ଖୋଲିଛନ୍ତି । ସେ କହୁଛନ୍ତି ଯେ ଗତକାଲି ଶବ ବ୍ୟବିଚ୍ଛେଦ ପରେ ତାଙ୍କୁ ସୁବାସଙ୍କୁ ଦେଖିବାକୁ ଦିଆଯାଇନଥିଲା । ଏହା ସହ ସୁବାସଙ୍କ ଶରୀରରେ ମଧ୍ୟ କେତେଗୁଡିଏ ଚିହ୍ନ ଦେଖିଥିଲେ ଭିଣେଇ ।ଏନେଇ ସୁବାସଙ୍କ ମା ଓ ଭିଣେଇ ଉକ୍ତ ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *