Pratidin TV

Odisha's Digital News Platform

ତାମିଲନାଡୁରେ ଆତଙ୍କ ଖେଳାଇଛି ବିଷାକ୍ତ ମଦ ; ନେଲାଣି ୩୭ ଜୀବନ , ୬୭ ଅସୁସ୍ଥ ।

ବିଷାକ୍ତ ମଦ ନେଲାଣି ୩୭ ଜଣଙ୍କ ଜୀବନ । ତାମିଲନାଡୁରେ ବିଷାକ୍ତ ମଦ ପିଇ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୭ରୁ ଅଧିକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି । ଆଗକୁ ଆହୁରୀ ମୃତ୍ୟୁ ସଂଖ୍ୟା ବଢିବ ବୋଲି ତାମିଲନାଡୁ କଲ୍ଲାକୁରିଚି ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଏମ୍. କେ ଷ୍ଟାଲିନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । କେଉଁ କାରଣ ପାଇଁ ଏପରି ବିଷାକ୍ତ ମଦ ବଜାରକୁ ଆସିଲା ଏବଂ ଏହାକୁ ରୋକିବା ପାଇଁ ନିୟୋଜିତ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଷ୍ଟାଲିନ୍ ଏକ୍ସରେ କହିଛନ୍ତି । ସେପଟେ ଜବତ ହୋଇଥିବା ମଦରେ ‘ମିଥାନୋଲ’ର ମିଶ୍ରଣ ରହିଥିବା ଅଭିଯୋଗ ରହିଛି । ସରକାରଙ୍କ ସୂଚନା ଅନୁଯାୟୀ, ଏହାକୁ ପିଇବା ପରେ ପୀଡ଼ିତମାନେ ପ୍ରଥମେ ବାନ୍ତି ଓ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ଅନ୍ୟପଟେ ସମୃକ୍ତ ଘଟଣାରେ ମଦ ବିକ୍ରେତା ଗିରଫ ହୋଇଥିବା ବେଳେ ୨୦୦ ଲିଟରରୁ ଅଧିକ ବିଷାକ୍ତ ମଦ ଜବତ ହୋଇଛି ।

Leave a Reply

Your email address will not be published. Required fields are marked *