Pratidin TV

Odisha's Digital News Platform

ମାଛ ଓ ଚିକେନକୁ ସତେଜ୍ ରଖୁଛି ବିଶାକ୍ତ ଫରମାଲିନ୍ ।

1 min read

ମାଲକାନାଗିରି ; ମାଛ ଓ ଚିକେନକୁ ସତେଜ୍ ରଖିବା ପାଇଁ ମିଶାଯାଉଛି ବିଶାକ୍ତ ଫରମାଲିନ୍ । ଏଭଳି ଅଭିଯୋଗ ଆସିଛି ମାଲକାନଗିରିରୁ । ଦୀର୍ଘ ସମୟ ଧରି ତାଜା ଓ ତାଟକା ରଖିବା ପାଇଁ ବ୍ୟବସାୟୀ ଫରମାଲିନ ବ୍ୟବହାର କରୁଥିବା ଅଭିଯୋଗ ରହିଛି । ଆଉ ଏହି ବିଶାକ୍ତ ଫରମାଲିନ୍ ମଣିଷ ଶରୀରରେ କ୍ୟାନ୍ସର ରୋଗ ସଋଷ୍ଟି କରାଇଥାଏ ।

ଫରମାଲିନ ବ୍ୟବହାର ହେବା ଦ୍ୱାରା କୁକୁଡା ଖୁବ କମ ସମୟରେ ବଡ ହୋଇଥାଏ । କିନ୍ତୁ ଏହା ମଣିଷର ଶରୀର ପାଇଁ କ୍ଷତିକାରକ । ଏପରିକି ଆଣ୍ଟିବାୟୋଟିକ ଓ ହରମୋନର ମଧ୍ୟ ବ୍ୟବହାର କରୁଥିବା ଜଣା ପଡିଛି । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ସ୍ୱାସ୍ଥ୍ୟ ବିଭାଗ ଓ ପୌର ପରିଷଦର ମିଳିତ ଚଢାଉ ବେଳେ ଉଭୟ ମାଛ ଓ ଚିକେନରେ କ୍ଷତିକାରକ ରସାୟନିକ ପଦାର୍ଥ ମିଳିଥିବା ପ୍ରାଥମିକ ରିପୋର୍ଟରୁ ଜଣା ପଡିଛି । ୭ ଟି ମାଛ ଦୋକାନ, ୪ଟି ଚିକେନ ଦୋକାନ ଉପରେ ଚଡାଉ କରାଯାଇ ୫ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ।

Advertisement

ସେହିପରି ଏମଭି ୪୨ ଗ୍ରାମ ଠାରେ ଥିବା ହୋଲସେଲ କୁକୁଡ଼ା ବ୍ୟବସାୟୀ ଙ୍କ ଟ୍ରେଡ଼ ଲାଇସେନ୍ସ ନଥିବାରୁ ପରିବେଶ କୁ ଅପରିଷ୍କାର କରିବା ବାବଦରେ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।। ଆଉ ଏହି ଖବର ସାମ୍ନାକୁ ଆସିବା ପରେ ମାଲାକନଗିରି ସହରରେ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଛନକା ପଶିଛି ।

Leave a Reply

Your email address will not be published. Required fields are marked *