Pratidin TV

Odisha's Digital News Platform

୬ ମାସ ପରେ ଧରାପଡିଲା କିଲର ପ୍ରେମିକ , ଟ୍ରେନ ଶୌଚାଳୟରେ କାଟିଥିଲା ପ୍ରେମିକାର ତଣ୍ଟି …

ଭୁବନେଶ୍ୱର ; ଭୁବନେଶ୍ୱର ଧାନବାଦ ଏକ୍ସପ୍ରେସରେ ରାଞ୍ଚି ମହିଳାଙ୍କୁ ହତ୍ୟା ମାମଲା । ୬ ମାସ ପରେ ଅଭିଯୁକ୍ତକୁ ସୁରଟ ରୁ କାବୁ କରି ଭୁବନେଶ୍ୱର ଆଣୁଛି ଜିଆରପି ପୋଲିସ । ଆଜି ଭୁବନେଶ୍ୱରରେ ପହଞ୍ଚିବ ହତ୍ୟାକାରୀ ପ୍ରେମିକ ।

ସୂଚନା ଅନୁଯାୟୀ ଠିକ୍ ୬ ମାସ ତଳେ ଧାନବାଦ ଏକ୍ସପ୍ରେସର ଟଏଲେଟରୁ ଏକ ମୃତଦେହ ଉଦ୍ଧାର କରିଥିଲା ଜିଆରପି ପୋଲିସ । ପରେ ମହିଳାଙ୍କ ପରିଚୟ ଖୋଜିବାକୁ ଅନେକ ଚେଷ୍ଟା କରିଥିଲା । ରେଲୱେ ଷ୍ଟେସନରେ ମହିଳାଙ୍କ ପୋଷ୍ଟର ଲଗାଇ ତଦନ୍ତ ଆରମ୍ଭ କରିଥିଲା ଭୂବନେଶ୍ୱର ଜିଆରପି ପୋଲିସ । ତେବେ ଦୀର୍ଘ ୬ ମାସ ପରେ ଧରା ପଡିଲା ଅଭିଯୁକ୍ତ । ଅଭିଯୁକ୍ତ ଗଞ୍ଜାମ ଧରାକୋଟ ର ଶୁଧାଂଶୁ ପ୍ରଧାନ ବୋଲି ଜଣାପଡିଛି । ଗତକାଲି ସୁରଟ ର ଆମରୋଲି ଭଡାଘରେ ଚଢ଼ାଉ କରି ଅଭିଯୁକ୍ତକୁ ଧରିଛି ପୋଲିସ । ଘଟଣାଟି ଏମିତି କି ମୃତ ରାଞ୍ଚି ସହରରର ସୁମନ କୁମାରୀଙ୍କ ସହ ଫେସବୁକ ମାଧ୍ୟମରେ ଗଞ୍ଜାମ ଧରାକୋଟ ର ଶୁଧାଂଶୁ ପ୍ରଧାନ ଙ୍କ ସହ ପ୍ରେମ ସର୍ମ୍ପକ ଗଢି ଉଠିଥିଲା ।

ଉଭୟ ବିବାହ ପାଇଁ ପୂର୍ବରୁ ନିଷ୍ପତ୍ତି ମଧ୍ୟ ନେଇଥିଲେ । କିନ୍ତୁ ପରେ ସୁଧାଂଶୁ ପୂର୍ବରୁ ବିବାହିତ ବୋଲି ଜାଣିବାକୁ ପାଇଥିଲେ ଯୁବତୀ । ଏନେଇ ଦୁହିଁଙ୍କ ଭିତରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଏସବୁ ଭିତରେ ସୁମନ ଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ କରିଥିଲା କିଲର ପ୍ରେମିକ ସୁଧାଂଶୁ । ସୁମନକୁ ବୁଝାଇ ସାଙ୍ଗରେ ଆଣିଥିଲା । ଏପ୍ରିଲ ୧୯ ରାତିରେ ଦୁହେଁ ରାଉରକେଲା ଷ୍ଟେସନରୁ ଟ୍ରେନ ଧରିଥିଲେ । ଭୁବନେଶ୍ୱର ପହଞ୍ଚିବା ପୂର୍ବରୁ ସୁଯୋଗ ଉଣ୍ଡି ସୁମନ ସହ ଶାରୀରିକ ସମ୍ପର୍କ ରଖିବାକୁ ଟଏଲଟକୁ ଡାକି ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରିଥିଲା କିଲର ପ୍ରେମିକ । ହତ୍ୟା ପରେ ମଞ୍ଚେଶ୍ୱର ଷ୍ଟେସନ ନିକଟରୁ ଫେରାର ହୋଇଯାଇଥିଲା ଶୁଧାଂଶୁ । କିନ୍ତୁ ପୋଲିସ ହାବୁଡରୁ ବର୍ତ୍ତିପାରିଲାନି କିଲର ପ୍ରେମିକ ଶୁଧାଂଶୁ । କୁହନ୍ତିନି ସବୁ ଅଭିଯୁକ୍ତ ନିଜ ପଛରେ ଏକ ସୁରାଗ ଛାଡିଯାଏ । ବାସ୍ ପୋଲିସ ଆଖିରେ ଧୂଳା ଦେବା କଷ୍ଟ ବୋଲି ଆଜି ପ୍ରମାଣ କରିଛି କିଲର ପ୍ରେମିକ । ହତ୍ୟାକାରୀ ଯେତେ ସାତିର୍ ହେଉନା କାହିଁକି ସେ କେବେବି ଆଇନ୍ ଆଖିରୁ ଖସି ପାରିବ ନାହିଁ ।

Leave a Reply

Your email address will not be published. Required fields are marked *