Pratidin TV

Odisha's Digital News Platform

ପ୍ରେମରେ ପଡି ଫସିଗଲା ମାଓବାଦୀ : ଡେଟିଂ କରିବାକୁ ଆସି ପୋଲିସ ହାତରେ ଧରା ପଡିଗଲା ..

1 min read

ମାଓବାଦୀ ପାଇଁ ମହଙ୍ଗା ପଡିଗଲା ପ୍ରେମ । ପ୍ରେମରେ ପଡି ଫସିଗଲା ମାଓବାଦୀ  ।  ପ୍ରେମିକା ଦେଖାକରିବାକୁ ଜଙ୍ଗଲ ଛାଡି ସହର ଆସିଥିଲା ହେଲେ ପୋଲିସ ମାମୁଁ ଙ୍କ ହାତରେ ଧରାପଡିଗଲା   ।  ଗାର୍ଲଫ୍ରେଣ୍ଡ କୁ ଦେଖିବା ଆଗରୁ ପୋଲିସ ହାବୁଡ଼ରେ ପଡିଗଲା ମାଓବାଦୀ  । ‘ପ୍ରେମରେ ପଡିଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ  ‘ପ୍ରେମ ପାଇଁ ମୃତ୍ୟୁ’ ଏପରି କଥା ଶୁଣିଥିବେ ଆଉ ଏବେ ଗାର୍ଲଫ୍ରେଣ୍ଡ ପାଇଁ ଘଞ୍ଚ ଜଙ୍ଗଲ ଛାଡି କଂକ୍ରିଟ ସହରରେ ଫସିଗଲା ପ୍ରେମିକ ପ୍ରବର ମାଓବାଦୀ । ରାତିର ଘନ ଅନ୍ଧାରରେ ଘଞ୍ଚ ଜଙ୍ଗଲରେ ଗରିଲା ଯୁଦ୍ଧ ପାଇଁ ଜଣାଶୁଣା ମାଓବାଦୀ ସହରର ଚିକମିକ୍ ଆଲୁଅର ଗଳିକନ୍ଦିରେ ହୋଇଗଲା ବାଟମଣା । ଆଉ ପୋଲିସ ହାତରେ ଧରାପଡ଼ି ଏବେ ଜେଲ ଭିତରେ ଚକି ପେଶିବ  । ଆଉ ପ୍ରେମିକା ସହିତ ଡେଟିଂ  ସ୍ବପ୍ନ ସ୍ବପ୍ନରେ ରହିଗଲା । ସୂଚନାନୁଯାୟୀ ବେଙ୍ଗାଲୁରୁ ସହରର ଉପ୍ପରାପେଟ୍ ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ସ୍ଥାନରେ ମାଓବାଦୀ ତା ପ୍ରେମିକାକୁ ଦେଖାକରିବାକୁ ଆସିଥିବା ପୋଲିସ ନିକଟରେ ଖବର ପହଞ୍ଚିଥିଲା ।

ଏହା ପରେ ବେଙ୍ଗାଲୁରୁ ସିଟି ପୋଲିସର ସ୍ପେଶାଲ ଆତଙ୍କୀ-ନିରୋଧୀ ଟିମ୍ (ଏଟିସି) ଅଫିସର ଆକ୍ସନ ଆରମ୍ଭ କରିଥିଲେ । ମାଓବାଦୀକୁ ଗିରଫ କରିବା ସହିତ ତାକୁ ପଚରାଉଚରା ଆରମ୍ଭ କରିଛନ୍ତି । ସିପିଆଇ-ମାଓବାଦୀ ପାଇଁ କାମ କୁରଥିବା ଅଭିଯୋଗରେ ଜଣେ ମାଓବାଦୀକୁ ଗିରଫ କରିଛି ସିସିବି ପୋଲିସ । ଗିରଫ ମାଓବାଦୀ ହରିଆଣାର ଅନିରୁଦ୍ଧ ରଜନ ବୋଲି ସୂଚନା ଦେଇଛି ସିସିବି ପୋଲିସ । “ଅନିରୁଦ୍ଧ, ସିପିଆଇ ମାଓବାଦୀର ସକ୍ରିୟ ସଦସ୍ୟ । ସେ ଏହି ନିଷିଦ୍ଧ ଘୋଷିତ ସଂଗଠନ ପାଇଁ କାମ କରୁଥିଲା । ଖାଲିସେତିକି ନୁହେଁ, ଅନିରୁଦ୍ଧ ଥିଲା ସଂଗଠନର କାର୍ଯ୍ୟକ୍ରମ, ପ୍ରଚାର ପ୍ରସାରର ମାଷ୍ଟର ମାଇଣ୍ଡ । ସଂଗଠନର ପୁସ୍ତିକା ବଣ୍ଟନ ଠାରୁ ଆରମ୍ଭ କରି ସଂଗଠନରେ ସଦସ୍ୟ ସାମିଲ ପର୍ଯ୍ୟନ୍ତ ସବୁ କାମ ଟିକିନିକି କରି ତଦାରଖ କରୁଥିଲା ଅନିରୁଦ୍ଧ । ଏହାସହିତ ସଂସ୍ଥାର ସମସ୍ତ ଗୁପ୍ତ ବୈଠକ ଏବଂ ଟଙ୍କା ନେଣଦେଣ କାମ ଦେଖୁଥିଲା ଅନିରୁଦ୍ଧ । ସେ ଆଜି ପର୍ଯ୍ୟନ୍ତ ସବୁ ପୋଲିସକୁ ଚକମା ଦେବା ସହିତ ପୋଲିସ ଆଖିରେ ବାରମ୍ବାର ଧୂଳି ଦେଇ ଖସିଯାଉଥିଲା । ଅନିରୁଦ୍ଧ ୩ କି ୪ ଦିନ ତଳୁ ତା ଗାର୍ଲଫ୍ରେଣ୍ଡକୁ ଦେଖାକରିବାକୁ ସହରକୁ ଆସିଥିଲା । ପରେ ଗୁରୁବାର ସକାଳେ ପୋଲିସ ତାକୁ ଗିରଫ କରିଥିଲା । ଚନ୍ନାଇକୁ ଯିବା ବାଟରେ ସେ ଗିରଫ ହୋଇଛି । ଚେନ୍ନାଇ ଯିବାକୁ ମାଜେଷ୍ଟିକ୍ ବସ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ସମୟରେ ଗାର୍ଲଫ୍ରେଣ୍ଡକୁ ଡିଟିଂ ଖେଳ ଖତରମ  କରିଛି ପୋଲିସ,” ବୋଲି ଅଫିସିଆଲ ସୂତ୍ରରୁ ପ୍ରକାଶ ପାଇଛି ।

Advertisement

Leave a Reply

Your email address will not be published. Required fields are marked *